(କୁଳଡ଼ିହା) : କୁଳଡ଼ିହା ଅଭୟାରଣ୍ୟରେ ଚଢ଼ାଉ ଫଳରେ ୬ ଶିକାରୀ ଗିରଫ । ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ୬ ଶିକାରୀ ଗିରଫ ସହ ୬ଟି ବନ୍ଧୁକ ଜବତ । କୁଲଡ଼ିହା ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ୬ ଜଣ ଶିକାରୀଙ୍କୁ ଗିରଫ କରିଛି । ଏହା ସହ ସେମାନଙ୍କ ଠାରୁ ୫ଟି ବନ୍ଧୁକ ସହ ଶିଙ୍ଗ ଜବତ କରିଛି ।
ସୂଚନାନୁଯାୟୀ , କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ । ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ ଶିକାରୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ । ୩ ଜଣ ବନ କର୍ମଚାରୀ ଏଥିରେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।