ଭାରତ

ରକ୍ତସ୍ରାବ ପାଇଁ ହେଲା ସଦଗୁରୁଙ୍କ ମସ୍ତିଷ୍କ ସର୍ଜରୀ 

(ଦିଲ୍ଲୀ) : ମୁଣ୍ଡ ଭିତରେ ରକ୍ତସ୍ରାବ ପାଇଁ ହେଲା ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ତଥା ଇଶା ଫାଉଣ୍ଡେସନ୍ କୋଏମ୍ବାଟୁରର ପ୍ରତିଷ୍ଠାତା ସଦଗୁରୁ ଜଗ୍ଗି ବାସୁଦେବଙ୍କ ମସ୍ତିଷ୍କ ସର୍ଜରୀ । ଏବେ ଅପରେସନ୍ ସଫଳ ହୋଇଛି ଏବଂ ସଦଗୁରୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି ।

ଏହି ଅପରେସନ୍ ପରେ ସେ ନିଜେ ଏକ ଭିଡିଓ ମଧ୍ୟ ରେକର୍ଡ କରି ଏହାକୁ ସେୟାର କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି ଯେ ଯେତେବେଳେ ଡାକ୍ତରମାନେ ତାଙ୍କ ମସ୍ତିକ ଖୋଲିଥିଲେ, ସେତେବେଳେ ତାହା ଖାଲି ଥିଲା ​। ବର୍ତ୍ତମାନ ମୁଁ ଭଲ ଅଛି। ଦିଲ୍ଲୀ ଆପୋଲୋ ହସ୍ପିଟାଲର ନ୍ୟୁରୋ ସର୍ଜନ ଡାକ୍ତର ବୀନିତ ସୁରୀ ସ୍ୱାସ୍ଥ୍ୟ ବୁଲେଟିନ୍‌ ଜାରି କରି କହିଛନ୍ତି ଯେ, ସଦଗୁରୁଙ୍କ ମସ୍ତିଷ୍କର  ଏକ ଅଂଶ ଯେଉଁଭଳି ଭାବେ ଫୁଲିଥିଲା ଏବଂ ରକ୍ତ ଜମାଟ ବାନ୍ଧିଥିଲା, ତାହା ତାଙ୍କ ଜୀବନ ପ୍ରତି ବିପଦ ଆଣିଥାନ୍ତା। ଏବିଷୟରେ ଜାଣିବା ପରେ ଆମେ ମାର୍ଚ୍ଚ ୧୭ରେ ତାଙ୍କର ଅପରେସନ କରିଥିଲୁ। ଏବେ ତାଙ୍କ ଅବସ୍ଥା ଦ୍ରୁତ ଗତିରେ ସୁଧୁରୁଛି।

Related posts

ଦିଲ୍ଲୀରେ ଅଚାନକ ଭୁଶୁଡିଲା ଦୁଇ ମହଲା କୋଠା, ୨ ମୃତ

mahabharatanews

ଆଜି ଗଗନୟାନ ପରୀକ୍ଷଣ 

mahabharatanews

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

mahabharatanews