Uncategorized

‘କେଜିଏଫ ୨’ରେ ରବିନା

(ମହାଭାରତ): ଅଭିନେତ୍ରୀ ରବିନା ଟଣ୍ଡନ ଏବେ ଟେଲିଦୁନିଆରେ ବେଶ ସକ୍ରିୟ ଅଛନ୍ତି । ୨୦୧୯ ରିଆଲିଟି ଶୋ ‘ନଚ ବଲିୟେ ୯’ରେ ଜଜ ହୋଇଥିଲେ । ତେବେ ସେ ପୁଣି ଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି । ସୂଚନା ମୁତାବକ ରବିନା କନ୍ନଡ଼ର ସୁପରହିଟ ଫିଲ୍ମ ‘କେଜିଏଫ’ର ସିକ୍ୱେଲ ‘କେଜିଏଫ ୨’ରେ ନଜର ଆସିବେ । ତାଙ୍କ ପୂର୍ବରୁ ଏଇ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏଣ୍ଟ୍ରି ମାରିସାରିଲେଣି ।

‘କେଜିଏଫ ୨’ରେ ରବିନାଙ୍କ ଏଣ୍ଟ୍ରି ବିଷୟରେ ସୂଚନା ଦେଇଛି ଫିଲ୍ମର ହିନ୍ଦୀ ଡ଼ିଷ୍ଟ୍ରିବ୍ୟୁସନ ଦାୟିତ୍ୱ ନେଇଥିବା କମ୍ପାନୀ ଏକ୍ସେଲ ଏଣ୍ଟରଟେନମେଣ୍ଟ । ଏହା ବ୍ୟତୀତ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ମଧ୍ୟ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ରବିନାଙ୍କ ସହ ଏକ ଫଟୋ ଶେଆର କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଡ଼େଥ ୱାରେଣ୍ଟ ଜାରି କରିଥିବା ମହିଳାଙ୍କ ଆଗମନ ହୋଇଯାଇଛି । ‘କେଜିଏଫ ୨’ର ଟିମରେ ରବିନା ଟଣ୍ଡନଙ୍କୁ ସ୍ୱାଗତ ।’

ସୂଚନା ଅନୁଯାୟୀ ଫିଲ୍ମରେ ରମିକା ସେନଙ୍କ ଭୂମିକାରେ ଅଭିନୟ କରିବେ ରବିନା । ସେହିପରି ସଞ୍ଜୟ ଦତ୍ତ ଏଥିରେ ଖଳନାୟକ ଅଧୀର ଭୂମିକାରେ ଅଭିନୟ କରିବେ । କିଛି ଦିନ ପୂର୍ବରୁ ସେ ସୋଶାଲ ମିଡ଼ିଆରେ ତାଙ୍କ ଲୁକ ଶେୟାର କରିଥିଲେ ।

୨୦୧୮ରେ ରିଲିଜ ହୋଇଥିଲା ‘କେଜିଏଫ’ । ଏହା ସୁପରହିଟ ହୋଇଥିଲା । ଏଥିରେ କନ୍ନଡ଼ ଅଭିନେତା ୟଶ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବେ ଏହାର ଦ୍ୱିତୀୟ ପାର୍ଟର ପୋଷ୍ଟର ରିଲିଜ ହୋଇସାରିଲାଣି । ଫିଲ୍ମଟି ଚଳିତ ବର୍ଷ ଜୁଲାଇରେ ରିଲିଜ ହେବ । ଏହାକୁ କନ୍ନଡ଼ ସହିତ ହିନ୍ଦୀ,ତାମିଲ,ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ କରାଯିବ ।

Related posts

ପାକିସ୍ତାନରେ ଶିଖ୍ ନେତାଙ୍କୁ ଆକ୍ରମଣ

mahabharatanews

ହିଂସା ପୀଡିତଙ୍କୁ କ୍ୟାମ୍ପସରେ ଆଶ୍ରୟ ନଦେବାକୁ ଜେଏନୟୁର ଚେତାବନୀ

mahabharatanews

୨୦୨୫ ସୁଦ୍ଧା ଭାରତକୁ ମିଳିବ ଏସ-୪୦୦ ମିସାଇଲ

mahabharatanews

Leave a Comment