(ଦିଲ୍ଲୀ) : ଥମିବାର ନାଁ ନେଉନି ଦିଲ୍ଲୀର ମଦ ଦୁର୍ନୀତି ମାମଲା । ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି । ୧ ଏପ୍ରିଲ ପର୍ଯ୍ୟନ୍ତ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ତ ଅବଧି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ୧ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ପରବର୍ତ୍ତୀ ଶୁଣାଣି ୧ ଏପ୍ରିଲ ୨୦୨୪ ଦିନ ୨ଟାରେ କୋର୍ଟରେ ହାଜର କରାଯିବ ।
ସୂଚନାନୁଯାୟୀ , ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏହାକୁ ବିରୋଧ କରି କେଜ୍ରିୱାଲ କହିଛନ୍ତି ଯେ ,ଇଡି ମାଧ୍ୟମରେ ଆମ ଆଦମୀ ପାର୍ଟିକୁ ସମାପ୍ତ କରିବା ପାଇଁ ପ୍ରୟାସ କରାଯାଉଛି । ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।