Uncategorized

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଳାରେ ଚକ୍ଷୁ ହସ୍ପିଟାଲ ଉଦଘାଟିତ

ଉଦଳା: ନର୍ମଦା ଫାଉଣ୍ଡେସନ ଏବଂ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଣ୍ଢାଖାଇ ଠାରେ ସୂର୍ୟ୍ୟମଣୀ ନେତ୍ରାଳୟ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇ ହସ୍ପିଟାଲକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇଥିଲେ। ଆଦିବାସୀ ଅଞ୍ଚଳ ଉଦଳା ଠାରେ ଏଭଳି ଏକ ଲୋକାଭିମୁଖୀ କାର୍ୟ୍ୟକ୍ରମ ପାଇଁ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମଣିଷ ବଞ୍ଚିବା ଏବଂ ଦୁନିଆର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା କ୍ଷେତ୍ରରେ ଚକ୍ଷୁର ନିହାତି ଆବଶ୍ୟକତା ଦରକାର ହୋଉଥାଏ ବୋଲି ଉପସ୍ଥିତ ଅତିଥିମାନେ ମତବକ୍ତ୍ୟ କରିଥିଲେ। ଟ୍ରଷ୍ଟର ସଭାପତି ଜ୍ୟୋତି ମହାନ୍ତି ଏବଂ ନିର୍ମଦା ଟ୍ରଷ୍ଟର ଦୀପ୍ତି ମହାନ୍ତିଙ୍କ ଏଭଳି ଏକ ପ୍ରୟାସ ପାଇଁ ସାରା ଅଞ୍ଚଳରେ ଚର୍ଚ୍ଚା କରାଯାଇଥିବାବେଳେ ଆଗାମୀ ଦିନରେ ଏହା ଏକ ପୂର୍ଣ୍ଣାଙ୍ଗ ଚକ୍ଷୁ ପରୀକ୍ଷା କେନ୍ଦ୍ର ନାମରେ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ।

Related posts

ଶହୀଦ ଯବାନଙ୍କ ପରିବାରକୁ ଯୋଗୀଙ୍କ ଅନୁକମ୍ପାମୂଳକ ସହାୟତା

mahabharatanews

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

୫୮ ବର୍ଷ ବୟସରେ ଅବସର ନେବେ ସେନା ଯବାନ: ବିପିନ ରାୱତ

mahabharatanews