ଓଡିଶା

କୋମା’ରେ ବିଜିଗୋଳ ଗ୍ରାମୀଣ ଡାକ ସେବା

(କଣିହାଁ/ଜ୍ୟୋତିରଂଜନ ଧର): ପ୍ରାକ୍ତନ ବ୍ରାଞ୍ଚ ପୋଷ୍ଟ ମାଷ୍ଟରଙ୍କ ଅବସର ଦିନ ଠାରୁ ୫ବର୍ଷ ଧରି ଡାକସେବା ମିଳୁନଥିଲା । ୨ବର୍ଷ ପୂର୍ବରୁ ବାରମ୍ବାର ଜନପ୍ରତିଧିଙ୍କ ଲିଖିତ ଅଭିଯୋଗ ପରେ ଢେଙ୍କାନାଳ ଡିଭିଜନ ସୁପରିଟେଣ୍ଡ୍ଡ ଓ ତାଳଚେର ପୋଷ୍ଟାଲ ଇନସ୍ପେକ୍ଟର ଦୁଃଖ ବୁଝି ଜଣକୁ ନିଯୁକ୍ତ ଦେବା ପରେ ସେବା ମିଳୁଥିଲା । କିନ୍ତୁ ଛଅ ମାସ ଭିତରେ ୨ଜଣ ବ୍ରାଞ୍ଚ ପୋଷ୍ଟମାଷ୍ଟର ନୂଆ ଅସିଲେ । ସବୁ ଜଏନ ପରେ ଦିନେ ଲେଖାଏଁ କାମକୁ ଆସି ଆଉ ବାବୁ ମାନଙ୍କର ଦେଖାନାହିଁ । କି କେବେ ପୋଷ୍ଟ ଅଫିସର ତାଲା ଖୋଲୁନି । ଅନେକ ପୋଷ୍ଟାଲ ଗ୍ରାହକ ଆସି ନିରାଶା ହୋଇ ଫେରୁଛନ୍ତି । ଲୋକେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର କିଏ ଜାଣି ନାହାଁନ୍ତି । ଅଫିସ୍ ସମ୍ମୁଖରେ ଧୂଳ, ପତ୍ର, ମାଟି ହୋଇପଡରହିିଛି । ସବୁଦିନ ଭଳି ଆଜି ଅନେକ ଲୋକେ ଓ ପୋଷ୍ଟାଲ ଗ୍ରାହକ ନିଜ ଜମା ଖାତା ଧରି ଆସିଥିଲେ ଏବଂ ରେଜେଷ୍ଟି ଚିଠି ପଠାଇବା, ଡାକ ଟିକଟ, ରେଭୁନ ଷ୍ଟାମ୍ପ ପାଇଁ ୫କି.ମି ଦୂରରୁ ଲୋକେ ଆସିଥିଲେ । ଶେଷରେ ନିରାଶ ହୋଇ ଫେରିବା ବେଳକୁ ସ୍ଥାନୀୟ ସରପଂଚଙ୍କୁ ଜଣାଇଥିଲେ । ପଂଚାୟତ ଅଫିସ ରୁ ବାହାରି ଆସି ଡାକ ଅଫିସ୍ ସମ୍ମୁଖରେ ପ୍ରତିବାଦରେ ସ୍ଥାନୀୟ ସରପଂଚ ଦୁଃଶାସନ ସାହୁ ବସିଥିଲେ । ପ୍ରତିବାଦ୍ ଖବର ଶୁଣି ୧୦ନମ୍ବର ୱାଡ ସଭ୍ୟ ପିଣ୍ଟୁ ସାହୁ, ୧୦ନମ୍ବର ୱାଡ ସଭ୍ୟା କମିଳିନୀ ସେଠି, ୧୨ନମ୍ବର ୱାଡ ସଭ୍ୟ ବିନୟ କୁମାର ବେହେରା, ୯ନମ୍ବର ୱାଡ ସଭ୍ୟ ବିଜୟ କୁମାର ସାହୁ ପ୍ରମୁଖ ସାମିଲ ହୋଇ ଧାରଣାରେ ବସି ବିଭାଗର କାଳକ୍ଷେପଣ ନୀତୀ ବିରୋଧରେ ମୈନବ୍ରତ କରିଥିବା ର ଦୃଶ୍ୟ ଦେଖିବାକୁ ମିଳିଥଥିଲା । ସୂଚନା ଥାଉକି, ବିଜିଗୋଳ ଗ୍ରାମୀଣ ଡାକଘରଟି କଣିହାଁ ଉପଡାକଘର ଅଧିନରେ ଚାଲୁଛି । ବିଜିଗୋଳ ପଂଚାୟତ ସମ୍ମୁଖରେ ଥିବା ରାଜିବ ଗାନ୍ଧୀ ସେବାକେନ୍ଦ୍ରର ୩ ବଖରା ରୁ ଗୋଟିଏ ବଖରାରେ ଏହି ଅଫିସ ରହିଛି । ଏହି ପୋଷ୍ଟ ଅଫିସ୍ ଅଧିନରେ ଗଦାଶିଳା, ବିଜିଗୋଳ ଓ କମରେଇ ପଂଚାୟତର ୧୫ଗ୍ରାମର ଲୋକେ ନିର୍ଭର କରୁଛନ୍ତି । ଡାକସେବା ନେଇ ହିନସ୍ତା ଏବେ ଲୋକଙ୍କ ପାଇଁ ଚରମ ସୀମାରେ ପହଁଚିଛି । ବିଜିଗୋଳ, ବାରଡାଙ୍ଗୁଆ, ଆମ୍ବପାଳ, କାଣ୍ଡଶର, ଭିମକାଣ୍ଡ, ରଙ୍ଗବେଡା, ଗଦାଶିଳା, କରଡେଇ, କାଡେଇ, କାଟେଣୀ, ସଗଡିପାଳ, କମରେଇ, ଗଣ୍ଡବେରଣା, ଦଣ୍ଡସିଂହା, ଜୁଲିବନ୍ଧ, ଖଇରନାଳି ଆଦି ଗ୍ରାମର୨୩ହଜାର ଲୋକଙ୍କ ପାଇଁ ଡାକସେବା ବିପର୍ଯ୍ୟସ୍ତ ହୋଇଯାଇଥିବା ଜଣାପଡିଛି । ଏଥିପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତା ହିଁ ଏକମାତ୍ର କାରଣ ପାଲଟିଛି । ପ୍ରକାଶ ଥାଉକି, ଗତ ୨୭/୧/୨୦ କଣିହାଁ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପଂଚାୟତ ତରଫରୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହଁନ୍ତି ।

Related posts

କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି ,ଗୃହ ଜିଲାରେ ପୋଷ୍ଟିଂକୁ ନା

mahabharatanews

ଆଜି ସୁନାବେଶ : ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

mahabharatanews

ଜଗତସିଂହପୁର ଧର୍ମାନୁଷ୍ଠାନକୁ ଗ୍ରୀନ ସିଗନାଲ

mahabharatanews