ଓଡିଶା

କୋଟିପତି ବାବୁଙ୍କ ଗୋଦାମରେ ଚଢାଉ

ଖମ୍ବେଶ୍ବରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ । ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶରେ ତଥା ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଚଢାଉ କରାଯାଇଥିଲା । ଗତକାଲି ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗର ତତ୍ୱାବଧାରକ ମନୋଜ କୁମାର ସାହୁଙ୍କ ଗୋଦାମରେ ଅଚାନକ ଚଢାଉ କରାଯାଇଥିଲା । ଚଢ଼ାଉରେ ସମ୍ପୃକ୍ତ ବ୍ୟବସାୟର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମ ରୁ ୧୯ କେଜି ଓଜନ ବିଶିଷ୍ଟ ୧୧୬ ଗୋଟି ଫୁଲ୍ ସିଲିଣ୍ଡର ଓ ୨୭୦ ଗୋଟି ଖାଲି ସିଲିଣ୍ଡରକୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଜବତ କରାଯାଇଛି କ୍ଷ ବେସାମାରିକ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ପ୍ରଣତି ପୃଷ୍ଟି ଙ୍କ ନେତୃତ୍ୱରେ ଆରମ୍ଭ ହେଇଥିଲା ଏହି ଚଢାଉ । ଚଢାଉ ସମୟରେ ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ଵଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି

Related posts

ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର

mahabharatanews

ଘୋଷଯାତ୍ରା ପ୍ରସ୍ତୁତି : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

 କାର୍ତ୍ତିକ ବ୍ରତ ପ୍ରସ୍ତୁତି ; ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ

mahabharatanews