(କଣିହାଁ/ଜ୍ୟୋତିରଂଜନ ଧର): ସମଗ୍ର ଦେଶରେ ଏନଟିପିସି ସଂସ୍ଥା କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିଛି । ଅର୍ଥନୀନିତର ବିଭିନ୍ନ କ୍ଷେତ୍ରର ସୁଗମ କାର୍ଯ୍ୟକୁ ନିଶ୍ଚିନ୍ତ କରିବା ପାଇଁ ବିଦ୍ୟୁତ ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଏଣୁ ବିଦ୍ୟୁତ୍ ଉପଯୋଗୀ କରଣର ଭୂମିକା ଏନଟିପିସି ସଂସ୍ଥା ଅଧିକ ଗୁରୁତ୍ୱ ବହନ କରିଛି । ଫଳରେ ନିରବଛିନ୍ନ ବିଦ୍ୟୁତ୍ ଉତ୍ପାଦନ,ଯୋଗାଣ ଓ ବିକାଶ କ୍ଷେତ୍ରରେ ଏନଟିପିସି ସିଏମ୍ଡି ତଥା ରିଜିଓନାଲ ମୁଖ୍ୟ ଗୁରୁଦୀପ ସିଂ ଓ ଏନଟିପିସି ଆଚଂଳିକ ମୁଖ୍ୟମାନେ ସୁନିଶ୍ଚିନ୍ତ କରିପାରିଛନ୍ତି । ସେହିପରି ସମଗ୍ର ଦେଶରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରକଳ୍ପ କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିନ୍ତ କରିବାକୁ କମ୍ ସଂଖ୍ୟକ କର୍ମଚାରୀ ମୁତୟନ ସହିତ ଆଇ.ଟ.ି ସହାୟତା ମାଧ୍ୟମରେ କାର୍ଯ୍ୟ ଜାରି ରହିଛି । ୩ହଜାର ମେଗାୱାଟ ବିଶିଷ୍ଠ ଏହି ଏନଟିପିସି, କଣିହାଁ ବିଦ୍ୟୁତ ପ୍ରକଳ୍ପ ରୁ ପୂର୍ବ-ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତକୁ ନିରନ୍ତର ବିଦ୍ୟୁତ ଯୋଗାଣ କରୁଛି । ଏଥି ପାଇଁ ଅପରେସନ ଓ ମେଣ୍ଟେନାନ୍ସ କର୍ମଚାରୀ ଓ ଶ୍ରମିକ ମାନଙ୍କ ପାଇଁ ତାହା ଆଜି ସମ୍ଭବ ହୋଇପାରିଛି ବୋଲି ମୁଖ୍ୟ ମହାପ୍ରବନ୍ଧକ ସୁଦୀପ୍ ନାଗ ପ୍ରକାଶ କରିଛନ୍ତି । ଏନଟିପିସି ପ୍ରକଳ୍ପ ଚତୃପାଶ୍ୱର୍ରେ ଥିବା ଲେବର କଲୋନୀ, ପାରିପାର୍ଶିକ ଗ୍ରାମାଂଚଳ ପାଇଁ ୪ଲକ୍ଷ ଟଙ୍କା ବ୍ୟୟରେ ଖାଦ୍ୟ ସାମଗ୍ରୀ, ମାକ୍ସ, ସାନିଟାଇଜର ବିତରଣ କରାଯାଇଛି । ସେହିପରି ପ୍ରକଳ୍ପ ପକ୍ଷରୁ ୧୨ହଜାରରୁ ଅଧିକ ମାକ୍ସ ଗ୍ରାମଂଚଳରେ ବିତରଣ କରାଯାଇଛି । ପ୍ଲାଂଟ ପରିସର ଓ କଲୋନୀ ଇଲାକାରେ ବ୍ଲିଚିଙ୍ଗ ବ୍ୟବହାର କରି ପରିବେଶ ସୂରକ୍ଷା କାର୍ଯ୍ୟ ଯାରୀ ରଖିଛି । ଦିଲ୍ଲୀର ବଦରପୁର ମେଡିକାଲ ଓ ଓଡିଶା ସୁନ୍ଦରଗଡ ମେଡିକାଲ କଲେଜ୍ ସମେତ ଭଦ୍ରକସ୍ଥିତ ସଲାଣ୍ଡି ମେଡିକାଲକୁ ମାସିକ ୩୫ଲକ୍ଷ ଅର୍ଥ ଯୋଗାଇ ଓଡିଶା ସରକାରଙ୍କୁ କଭିଡୋ-୧୯ର ମୁକାବିଲା ନିମନ୍ତେ ହାତ ବଢାଇଛି । ସେହିପରି କଣିହାଁ ଏନଟିପିସି ଡାକ୍ତରଖାନାରେ ନିୟୋଜିତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀ, ସ୍ୱାସ୍ଥ୍ୟସେବା, ଉପକରଣ, ଆବଶ୍ୟକତା ଯନ୍ତ୍ରପାତି କେନ୍ଦରକୁ ସୁରୁକ୍ଷିତ ଢଙ୍ଗରେ ଚଳାଇବା ପାଇଁ ୩କୋଟି କଣିହାଁ ମ୍ୟାନେଜମେଂଟ୍ କୁ ଆବଂଟନ କରାଯାଇଛି । ଏନଟିପିସି ସଂସ୍ଥା କୋଭିଡ-୧୯ ମୁକାବିଲା ପାଇଁ ୭ଟି ଭେଣ୍ଟଲେଟେର, ୧୮ଟି ଉନ୍ନତ ଧରଣର ଆମ୍ବୁଲାନ୍ସ, ୫୨୦ଥର୍ମାଲ ସ୍କାନର ଆଦି କ୍ରୟ କରାଯାଇଛି । ଅନୁରୁପ ଭାବରେ ୧୨ଶହ ପିପିଇ କିଟ୍, ୧ଲକ୍ଷ ସର୍ଜିକାଲ ମାକ୍ସ, ୩୩ହଜରାରୁ ଅଧିକ ଗ୍ଲୋବସ, ୫ହଜାର ଆପ୍ରୋନ, ୮ହଜାର ଜୋତା କଭର ଏବଂ ୫ଶହ୩୫ଲିଟର ସାନିଟାଇଜର ଆଦି ପ୍ରତ୍ୟେକ ପ୍ରକଳ୍ପକୁ ଆବଂଟନ କରାଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପରିକ୍ଷା, ଚିକିତ୍ସା ଓ ସ୍ୱତନ୍ତ୍ର ଚିକିତ୍ସା ପ୍ରାଣାଳୀ ଆଦି ଭିଡିଓ କନଫରେନ୍ସ ଜରୀଆରେ ପ୍ରତ୍ୟେକ ମେଡିକାଲର ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ତାଲିମ ଦିଆଯାଇଥିବା ଏନଟିପିସି ଲୋକସମ୍ପର୍କ ଅଧିକାରୀ ଅମିତି ବେହେରା ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଅବଗତ କରିଛନ୍ତି ।
previous post