ଓଡିଶା

କୋରାପୁଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ 

(ସୁନ୍ଦର ପ।ଣୀ, କୋରାୁଟ): କୋରାପୁଟ ଜିଲ୍ଲାର କୁ ଗ୍ରୀନ ଯୋନ ଭାବେ ଘୋଷଣା କରିବାପରେ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଦସମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ଼ ପଞ୍ଚାୟର ପୋଡ଼ାଗଡ଼ ଗ୍ରାମର ୨୨ ବୟସ ର ଯୁବକ କଲିକତା ସହରରେ ଏକ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ୟ୍ୟ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏପ୍ରିଲ ୧୪ତାରିଖ ପୂର୍ବେ ସେ କଲିକତା ରୁ ନିଜ ଗ୍ରାମ ପୋଡ଼ାଗଡ଼ ଆସିଥିଲେ । କଲିକତା ରୁ ଆସିବା ପରେ ପୋଡ଼ାଗଡ଼ ସଙ୍ଗରୋଧ କକ୍ଷରେ ରଖାଯାଇ ତାଙ୍କ ରକ୍ତ ନମୁନା ପରୀକ୍ଷା କରିବା ପାଇଁ ପଠାଯାଇଥିଲା। ୧୪ଦିନ ପରେ ଆଜି ଯୁବକର ରକ୍ତ ନମୁନା ପୋଜେଟିଭ ହୋଇଥିବା ଜଣାପଡିଛି। ତାହା ସହ ୩ଜଣ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା କ୍ଷ ତାହା ନେଗେଟିଭ ବାହାରିଥିବା ସୂଚନା ମିଳିଛି। । ପୋଡ଼ାଗଡ଼ରୁ କଲିକତା ଫେରିଥିବା ଯୁବକୁ କରୋନା ଭୁତାଣୁ ପୋଜିଟିଭ ଚିହ୍ନଟ ସ୍ୱଷ୍ଟ କରିଥିଲେ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ପୋଡ଼ାଗଡ଼ ଗ୍ରାମ କୁ ୪୮ଘଣ୍ଟା ପାଇଁ ପୋଡ଼ାଗଡ଼ ଗ୍ରାମକୁ ଗ୍ରାମବନ୍ଦୀ ରୂପେ ଘୋଷଣା କରିଛନ୍ତି ଜିଲ୍ଲାପାଳ। ପୋଡ଼ାଗଡ଼ ଗ୍ରାମ କୁ କାହାକୁ ଛଡ଼ାଯିବା ନାହିଁ କି ଗ୍ରାମରୁ କିଏ ବାହାରକୁ ଯିବେ ନାହିଁ ।ଜିଲ୍ଲାପ୍ରସକ୍ଷସନ ପାଖରୁ ଗ୍ରାମର ସମସ୍ତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରାଯିବ ।କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଯୁବକ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ ପୁଣି କରୋନା ଭୂତାଣୁ ଚିହ୍ନଟ ଯୁବକ କୁ କେଉଁ କୋବିଡ଼ ମେଡ଼ିକାଲ ପଠାଯିବ ତାହା ନିର୍ଦ୍ଧାରିତ କରାଯାଇନାହିଁ କ୍ଷ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା ପରେ ଜଣାଇଦିଆଯିବ ବୋଲି ଗଣମାଧ୍ୟମକୁ ଜିଲ୍ଲାପାଳ ସୂଚନା ଦେଇଥିଲେ।

Related posts

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ସହର

mahabharatanews

ମହାମାରୀ କରୋନା ଯୋଗୁଁ ସାଗର ସ୍ନାନ ବୁଡ଼ ଫିକା

mahabharatanews

ଅସୁରେଶ୍ୱର ପଂଚାୟତ ପରିସରରେ ରେ ସାଧାରଣତନ୍ତ୍ର ଦିବସ ପାଳନ

mahabharatanews