Uncategorized

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

(ନୂଆଦିଲ୍ଲୀ): କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ଚୀନରେ ଏଯାଏ ୪୯୨ ଜଣ ପ୍ରାଣ ହରାଇଲେଣି । କିନ୍ତୁ ସୋସିଆଲ ମିଡିଆରେ କୋରୋନାକୁ ନେଇ ମିଥ୍ୟା ଖବର ଭାଇରାଲ ହେଉଛି । ବିଶେଷ କରି ଫେସବୁକ୍ରେ ଏଭଳି ଖବର ସାଙ୍ଗକୁ ଭିଡିଓ ପ୍ରସାରିତ ହେଉଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି । ଏହି ମିଥ୍ୟା ଖବରଗୁଡିକୁ ରୋକିବାକୁ ଫେସବୁକ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଖବରକୁ ଅତିରଞ୍ଜିତ କରାଯାଉଥିବାରୁ ଲୋକମାନେ ବିପଜ୍ଜନକ ଚିକିତ୍ସା ପଦ୍ଧତିକୁ ଅନୁସରଣ କରୁଛନ୍ତି । ବ୍ଲିଚିଂ ପିଇବା ଦ୍ୱାରା କୋରୋନାରୁ ଆରୋଗ୍ୟ ଲାଭ କରିହେବ ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ବିଷୟରେ ଫେସବୁକରେ ଖବର ପୋଷ୍ଟ କରାଯାଉଛି । ଏହା ଉପରେ ରୋକ ଲଗାଇବାକୁ ଫେସବୁକ୍ ପଦକ୍ଷେପ ଗ୍ରହଣ କରିଛି । ଲୋକେ କିପରି ବିପଥଗାମୀ ନ ହେବେ ସେଥିପାଇଁ ଫେସବୁକ୍ ପକ୍ଷରୁ କୁହାଯାଇଛି ଯେ, ତୃତୀୟ ପକ୍ଷ ତଥ୍ୟ ଯାଞ୍ଚକାରୀ ଦଳ ଫେସବୁକର ବିଷୟବସ୍ତୁର ସମୀକ୍ଷା କରୁଛନ୍ତି । କୋରୋନା ସମ୍ପର୍କିତ ମିଥ୍ୟା ଖବରକୁ ବାଦ୍ ଦିଆଯାଉଛି । ଯାଞ୍ଚକାରୀ ଦଳ କୌଣସି ତଥ୍ୟକୁ ମିଥ୍ୟା ବୋଲି ଦର୍ଶାଇଲେ, ସେଗୁଡିକ କିଭଳି ସୋସିଆଲ ମିଡିଆରେ ଭାଇରାଲ ନ ହେବ ସେ ଦିଗରେ ପଦେକ୍ଷପ ନିଆଯାଉଛି ।

Related posts

ଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍

mahabharatanews

ଆଜିଠୁ କାଶ୍ମୀର ଯିବେ ୩୬ କେନ୍ଦ୍ର ମନ୍ତ୍ରୀ

mahabharatanews

ଦିଲ୍ଲୀ ହିଂସା: ପୋଲିସକୁ ବନ୍ଧୁକ ଦେଖାଇଥିବା ଯୁବକ ଗିରଫ

mahabharatanews