ଅପରାଧ

କ୍ୱାରେଣ୍ଟାଇନ ସେଣ୍ଟରରେ ଧର୍ଷଣ ଉଦ୍ୟମ

ନୀଳଗିରି : କ୍ୱାରେଣ୍ଟାଇନ ସେଣ୍ଟର ପ୍ରବାସୀଙ୍କ ଖାଇବା ରହିବାକୁ ନେଇ ହୋହାଲ୍ଲା ଚାଲିଥିବା ବେଳେ ଆଉ ଏକ ଲଜ୍ଜାଜନକ ଖବର ଆସିଛି । ବାଲେଶ୍ଵର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ତେଲିପାଳ ଆଶ୍ରମରେ ହୋଇଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ଜଣେ ଯୁବତୀଙ୍କୁ ଧର୍ଷଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଉକ୍ତ ସେଣ୍ଟରରେ ୪ ଜଣ ଯୁବତୀକୁ ମିଶାଇ ମୋଟ ୭୭ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ଯୁବକ ଆଜି ସକାଳୁ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀ ଅସୁସ୍ଥ ହୋଇ ବାନ୍ତି କରୁଥିବା ବେଳେ ତାଙ୍କୁ ସେ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ତାଙ୍କର ୩ ଜଣ ସହଯୋଗୀ ଦୌଡ଼ି ଆସିଥିଲେ। ଏହି ଘଟଣା ଜଣା ପଡିବା ପରେ ଉତ୍ୟକ୍ତ ପ୍ରବାସୀ ଓଡ଼ିଆ ରତ୍ନାକରକୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଯୁବତୀ ଜଣଙ୍କ ନ୍ୟାୟ ପାଇଁ ସିକ୍ୟୁରିଟି ପ୍ରତାପ ବାରିକଙ୍କ ସହ ଅଭିଯୁକ୍ତ ରତ୍ନକାରଙ୍କ ବିରୁଦ୍ଧରେ ବରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Related posts

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

mahabharatanews

ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews