ଅପରାଧଓଡିଶା

ମୁହଁ ଖୋଲିଲେ ଶର୍ମିଷ୍ଠାଙ୍କ ମା; ହତ୍ୟା ପୂର୍ବରୁ ମାନସଙ୍କ ଶେଷ ଚିଠିକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଅଡ଼ୁଆ ସୁତା ଖିଅ ମଧ୍ୟରେ ଛନ୍ଦି ହୋଇଯାଉଛି । ହତ୍ୟା ମାମଲାରେ ପ୍ରତିଦିନ ସାମ୍ମନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ତେବେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଘଟଣାରେ ଚାନ୍ଦବାଲି ଥାନା ଯାଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ତେବେ ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛି। ସେହିଭଳି ଘଟଣାରେ ଆଜି ଦୁଇ ଜଣ ସାକ୍ଷୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନାରେ ଅଭିଯୁକ୍ତଙ୍କୁ ଜେରା ଚାଲିଛି।

ଅନ୍ୟପକ୍ଷେ, ହତ୍ୟା ପୂର୍ବରୁ ମାନସ ଶେଷ ଚିଠି ଲେଖିଥିବା ସୂଚନା ମିଳିଛି । ମାନସଙ୍କ ଚିଠି ପାଇଥିବା କହିଛନ୍ତି ଦୟାଲ ଆଶ୍ରମର କେୟାରଟେକର । ଦୟାଲ ଆଶ୍ରମରେ କେୟାରଟେକର ଥିବା ଜଣେ ମହିଳା ଏନେଇ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ମାନସଙ୍କୁ ଅପହରଣ ପରେ ଦୟାଲ ଆଶ୍ରମରେ ରଖା ଯାଇଥିବା ରୁମ୍କୁ ଝାଡୁ କରୁଥିବା ସମୟରେ ସେ ଖଟତଳୁ ଏହି ଚିଠି ପାଇଥିବା କହିଛନ୍ତି । ୩ଟି ଚିଠି ପଲିଥିନରେ ଗୁଡ଼ା ହୋଇଥିଲା ଏବଂ ଏହି ଚିଠିରେ ମାନସ ଅନେକ କଥା ଲେଖିଥିବା ସେ ଜଣାଇଛନ୍ତି । ସେମାନେ ତାଙ୍କୁ ଉଠାଇ ଆଣି ପିଟିଥିବା ଚିଠିରେ ଲେଖିଥିଲେ ମାନସ । ଏହା ବ୍ୟତୀତ ତାଙ୍କ କ୍ୟାମେରା, ମୋବାଇଲ, ଛଡା଼ଇ ନେଇଥିବା ଚିଠିରେ ଲେଖାହୋଇଥିଲା। ‘ମୁଁ ଯଦି ମରିଯାଏ ମୋ ଶବ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇ ଦେବାକୁ ସେ ତାଙ୍କ ଚିଠିରେ ଲେଖିଥିଲେ । ତେବେ ଚିଠି ଶେଷରେ ମାନସଙ୍କ ନାଁ ଏବଂ ଫୋନ ନମ୍ବର ଲେଖାଥିବା ସେ ଜଣାଇଛନ୍ତି ।

ସେହିଭଳି ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଶର୍ମିଷ୍ଠାଙ୍କ ମା।ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ଭାଇ ପରମେଶ୍ୱର ରାଉତଙ୍କ ଗିରଫଦାରୀକୁ ନେଇ ତାଙ୍କ ମା’ଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି ।ଶର୍ମିଷ୍ଠାଙ୍କ ମା କହିଛନ୍ତି, ଝିଅ କିଛି ଭୁଲ କରିଥିବା ପ୍ରମାଣ ମିଳିଲେ ତାକୁ ଦଣ୍ଡ ମିଳୁ । ନିରଞ୍ଜନ ସେଠୀ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିବା ସେ କହିଛନ୍ତି । ଶର୍ମିଷ୍ଠା ପୁଅକୁ ନିଜେ ଟଙ୍କା ମାଗିନି ବରଂ ନିରଞ୍ଜନ ଫୋନ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ କହିଥିଲେ । ଯାହା ଫଳରେ ପୁଅ ଟଙ୍କା ପଠାଇଛି, ସେ ନିର୍ଦ୍ଦୋଷ ତାକୁ ଛାଡ଼ି ଦିଅନ୍ତୁ ବୋଲି ତାଙ୍କ ମା କହିଛନ୍ତି ।

Related posts

ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ: ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

mahabharatanews

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

mahabharatanews

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

mahabharatanews