ଓଡିଶା

ପୋଟେରୁ କେନାଲ ଡିଭିଜନରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉଦ୍‌ଘାଟିତ

ଜଳ ସମ୍ପଦ ବିଭାଗ, ଓଡ଼ିଶା ପକ୍ଷରୁ ପୋଟେରୁ କେନାଲ ଡିଭିଜନ, ଏମଭି 79 ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁଵାସିନୀ ସୋଡ଼ୀ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ସ୍ୱପନ୍ କୁମାର  ଯୋଗଦେଇଥିଲେ। ଏହାସହ ପୂର୍ବତନ ବିଧାୟକ  ମୁକୁନ୍ଦ ସୋଡ଼ୀ, କାଲିମେଳା ଜୋନ୍–୧ ଜିଲ୍ଲାପରିଷଦ ସଭ୍ୟା ଅପର୍ଣା ମଣ୍ଡଳ ଆଦି ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ବିରେନ୍ଦ୍ର କୁମାର ଧାରୁଆ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟରୁ ପ୍ରେରିତ ସନ୍ଦେଶ ପାଠ କରିଥିଲେ। ଏହି ଅବସରରେ ଦକ୍ଷିଣ କେନାଲ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନିତା ପ୍ରଧାନି ଉପସ୍ଥିତମାନଙ୍କୁ ଜଳ ସଂରକ୍ଷଣ ଓ ସଠିକ୍ ବ୍ୟବହାର ସମ୍ପର୍କରେ ସାମୁହିକ ଶପଥ ପାଠ କରାଇଥିଲେ। ପୋଟେରୁ ଜଳ ସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସନୋଜ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜଳ ସଂରକ୍ଷଣ ଭିତ୍ତିକ ମଡେଲ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ଏହି ଅବସରରେ ପ୍ରବନ୍ଧ ପ୍ରତିଯୋଗିତାରେ ମନସ୍ଵିନୀ ସେଠୀ, ପଡ଼ିଆ ସୋଡ଼ୀ, କୃଷ୍ଣ ଘୋଷ; ବକ୍ତୃତାରେ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପ୍ରଧାନ, କଳ୍ପନା ଚୌଧୁରୀ, ଜୟନ୍ତ ମଣ୍ଡଳ; କୁଇଜରେ ଅମ୍ରିତା ପଣ୍ଡା, ଜଗଦୀଶ ମାଢ଼ି, ନିଶା ଦାସ; ଚିତ୍ରାଙ୍କନରେ ପଦ୍ମା ସୋଡ଼ୀ, ରାଜ ଅଧିକାରୀ, ଶୁଣି ରାୟ ଏବଂ ମଡେଲ ପ୍ରତିଯୋଗିତାରେ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପ୍ରଧାନ, ମାଧବ ମଣ୍ଡଳ ଓ ସୁନିତା ମାଡକାମି ଆଦି କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହାସହ ଆଜିଠାରୁ ଜିଲ୍ଲାରେ ପାଣି ପଞ୍ଚାୟତ ସଚେତନତା ରଥ ପ୍ରତ୍ୟେକ ଗ୍ରାମକୁ ଯାଇ ଜଳ ସଂରକ୍ଷଣ ସନ୍ଦେଶ ପ୍ରଚାର କରିବ। ଜିଲ୍ଲା ସ୍ତରରେ ଏହି ସଚେତନତା ରଥର ଶୁଭାରମ୍ଭ ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଥିବା ସୂଚନା ଦିଆଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଭାବେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ୱ  ସବ ଡିଭିଜନାଲ ଅଫିସର ଶ୍ରୀକାନ୍ତ ନାୟକ ନିଭାଇଥିବାବେଳେ, ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ସହକାରୀ ଯନ୍ତ୍ରୀ  ପବିତ୍ର ବାଗ। ଏଥିରେ ବିଭାଗର ଯନ୍ତ୍ରୀ ରହନ୍ ସିଂ, ରୁଦ୍ରାକ୍ଷ ଶାହା, ଖଗେଶ୍ୱର ମଲ୍ଲିକ, ହରପ୍ରିୟା ବଡ଼ନାୟକ, ଅଜିତ ପ୍ରଧାନ ଓ ବିଭାଗ ସମସ୍ତ କର୍ମଚାରୀ ଆଦି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ପାଣି ପଞ୍ଚାୟତ ସହ ଜଡିତ ଥିବା ସମସ୍ତ ଚାଷୀ ମାନେ ମଧ୍ୟ ଉପସ୍ଥିତ ରହି ନିଜର ମତ ଜାହିର୍ କରିଥିଲେ।

Related posts

ଦୁଃଖୀଙ୍କ ପାଇଁ କରୋନା ସମ୍ବେଦନଶୀଳ!

mahabharatanews

ନୟାଗଡ଼ ଟାଉନ ଥାନା ସୁଳିଆ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼

mahabharatanews

+୨ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୧୯ରେ ବାହାରିବ 

mahabharatanews