ଖାକିରେ କଳଙ୍କ, ବିବାହିତ ମହିଳାଙ୍କୁ ଥାନା ଏଏସଅ।ଇ ଦୁଷ୍କର୍ମ କରିଥିବା ନେଇ ଏସଡିପିଓଙ୍କ ନିକଟରେ ଅଭିଯୋଗ ଅ।ଣିଲେ ପୀଡିତା ମହିଳା । ବଳଙ୍ଗା ଥାନା ଏଏସଅ।ଇ ଚିତ୍ତ ରଜଂନ ଦାଶଙ୍କ ବିରୋଧରେ ଅ।ସିଲା ଅଭିଯୋଗ । ଜାତୀୟ ଦଳିତ ମହାସଂଘ ରାଜ୍ୟ ନେତା ଲିଟୁ ଦାସଙ୍କ ନେତୃତ୍ୱରେ କିଛି ମହିଳା ପୀଡିତାଙ୍କୁ ନେଇ ପିପିଲି ଏସଡିପିଓଙ୍କ ପାଖରେ ପହଂଚି ଏଏସଅ।ଇଙ୍କ ବିରୋଧରେ ଅଭିଯୋଗ ଅ।ଣିଲେ ।
ସୂଚନା ଯୋଗ୍ୟ, ଜମିଜୁମାକୁ କେନ୍ଦ୍ର କରି ପାରିବାରିକ କଳହର ଅଭିଯୋଗ କରିବାକୁ ବଳଙ୍ଗା ଥାନାରେ ଅଭିଯୋଗ କରିବାକୁ ପୀଡିତା ଅ।ସିଥିଲେ । ଏହି ସମୟରେ ଏଏସଅ।ଇ ଚିତ୍ତ ରଜଂନଙ୍କ ସହିତ ପୀଡିତା ମହିଳାଙ୍କର ସଂପର୍କ ସ୍ଥାପନ ହୋଇଥିଲା । ପରବର୍ତ୍ତୀ ସମୟରେ ଥାନା ବାବୁ ତାଙ୍କ କ୍ୱାଟରକୁ ଡାକି ତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ଅ।ଜି ଏସଡିପିଓଙ୍କ ପାଖରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ଅନ୍ୟପଟେ ଏହି ଘଟଣା ବଳଙ୍ଗାରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ସରକାର ମୋ ସରକାର ଯୋଜନାରେ ଥାନା ସ୍ତରରେ ଅଭିଯୋଗକାରୀଙ୍କୁ ସମସ୍ତ ସାହାଯ୍ୟ ଓ ଭଲ ବ୍ୟବହାର ନେଇ ନିର୍ଦ୍ଦେଶ ଥିବା ବେଳେ ପୋଲିସ ନାଁରେ ଦୁଷ୍କର୍ମ ଅଭିଯୋଗକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଅଭିଯୁକ୍ତ ପୋଲିସ କର୍ମ•ରୀକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।