ଓଡିଶା

ରୋବର୍ଟ ସାହାଯ୍ୟରେ ୧୦୦ ସଫଳ ଅପରେସନ

ନୂଅ।ଦିଲ୍ଲୀ: ଅ।ଗାମୀ ଦୁଇ ମାସ ମଧ୍ୟରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟ୍ ସାହାଯ୍ୟରେ କିଡ଼ନୀ ପ୍ରତିରୋପଣ କରାଯିବ । ରୋବୋର୍ଟ ଚଳାଇବା ପାଇଁ ପ୍ରସ୍ତୁତ ହୋଇଥିବା ଟିମ୍ ଏବେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଏହି ଟିମ୍ ୩ ମାସ ମଧ୍ୟରେ ରୋବୋଟ୍ ସାହାଯ୍ୟରେ ୧୦୦ଟି ସର୍ଜରୀ ବା ଅପରେସନ କରିସାରିଛନ୍ତି । ଏବେ କିଡନୀ ପ୍ରତିରୋପଣ ପାଇଁ ରୋବୋଟ ପ୍ରସ୍ତୁତ କରାଯାଇଛି ।

ସଫଦରଜଙ୍ଗ ହସ୍ପିଟାଲର କିଡନୀ ପ୍ରତିରୋପଣ କରୁଥିବା ସର୍ଜନ ଡାକ୍ତର ଅନୁପ କୁମାର କହିଛନ୍ତି, କିଡନୀ ପ୍ରତିରୋପଣ କରିବା କଷ୍ଟକର ବ୍ୟାପାର । ଏହି ଅପରେସନ କରିବା ପାଇଁ ଏକ ପ୍ରଶିକ୍ଷିତ ଟିମର ଅ।ବଶ୍ୟକତା ଥିଲା । ଏବେ ଅ।ମ ପାଖରେ ଏହି ଟିମ୍ ରହିଛି । ତେଣୁ ଅ।ଗାମୀ ଦୁଇ ମାସ ମଧ୍ୟରେ ହସ୍ପିଟାଲରେ ରୋବୋଟ୍ ସାହାଯ୍ୟରେ ପ୍ରତିରୋପଣ ହେବ ।

୩ ମାସ ପୂର୍ବରୁ ରୋବୋଟ ପ୍ରଶିକ୍ଷଣ ଦିଅ।ଯାଇଛି । ଦେଶର ସରକାରୀ ହସ୍ପିଟାଲଙ୍କ ମଧ୍ୟରେ ଏମସ୍ସ ପରେ ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟ୍ ରହିଛି । ସେ କହିଛନ୍ତି, ରୋବୋଟ୍ ବ୍ୟବହାର ହେବା ଦ୍ୱାରା ଭଲ ଭାବରେ ଅପରେସନ ହୋଇପାରିବ । ଡାକ୍ତରଙ୍କ ଅପେକ୍ଷା ରୋବୋଟ୍ କମ୍ ସମୟରେ ଅପରେସନ କରିପାରିବ । ଏହାଦ୍ୱାରା ରୋଗୀ ଅଧିକ ଉପକୃତ ହେବେ ।

ପ୍ରୋଷ୍ଟେଟ କ୍ୟାନସର, କିଡନୀ କ୍ୟାନସର, ବ୍ଲାଡର କ୍ୟାନସର ଅ।ଦିରେ ଅପରେସନ ବେଳେ ରୋବୋଟ୍ ବ୍ୟବହାର ହେବ । ସବୁ ବର୍ଗର ଲୋକଙ୍କ କ୍ଷେତ୍ରରେ ଏଭଳି ସେବା ଯୋଗାଇ ହେବ ବୋଲି ଡାକ୍ତର ଅନୁପ କୁମାର କହିଛନ୍ତି । ରୋବୋଟ୍ ଦ୍ୱାରା ଅପରେସନ ହେଲେ ରୋଗୀଙ୍କୁ ଯନ୍ତ୍ରଣା ହେବନି, ରକ୍ତ ଅଧିକ ନଷ୍ଟ ହେବନି, ଶୀଘ୍ର ରିକଭରୀ ହେବା ସହିତ ଶରୀରରେ କୌଣସି ପ୍ରକାର ଦାଗ ରହିବନି । ରୋବୋଟ୍ ଦ୍ୱାରା ଅପରେସନ ହେବା ଫଳରେ ଜଣେ ରୋଗୀ ଶୀଘ୍ର ସୁସ୍ଥ ହୋଇ ନିଜ କାମ କରିପାରିବ ।

Related posts

ବରମୁଣ୍ଡାରେ ହେବ ଏକ ପୋଲିସ୍‌ ଆଉଟପୋଷ୍ଟ 

mahabharatanews

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

mahabharatanews

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews