Uncategorized

ଖୁବଶୀଘ୍ର ସଙ୍କଟର ସମାଧାନ ହେବ: ଆରବିଆଇ ଗଭର୍ଣ୍ଣର

(ମୁମ୍ବାଇ): ୟେସ୍ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହା ଖୁବ୍ଶୀଘ୍ର ସମାଧାନ ହୋଇଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗର୍ଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ୟେସ ବ୍ୟାଙ୍କ ସଙ୍କଟକୁ ନେଇ ବ୍ୟାପକ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ବ୍ୟବସ୍ଥା ସୁରକ୍ଷା ନିଶ୍ଚିତ କରିବା ଏହାର ଲକ୍ଷ୍ୟ । ଶୀଘ୍ର ବ୍ୟାଙ୍କର ପନରୁଦ୍ଧାର ପାଇଁ ଆରବିଆଇ ଯୋଜନା କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କର ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ କଟକଣା ଲାଗୁ କରିଛି । ଆରବିଆଇ ପକ୍ଷରୁ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କୁ ନିଲମ୍ବନ କରାଯିବା ସହ ଏସବିଆଇର ପୂର୍ବତନ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ରୂପେ ନିଯୁକ୍ତ କରାଯାଇଛି । ଏହାସହ ବ୍ୟାଙ୍କରୁ ଟଙ୍କା ଉଠାଣ ପରିମାଣ ୫୦ ହଜାରକୁ ସୀମିତ କରାଯାଇଛି ।

Related posts

କିଡନୀ ଷ୍ଟୋନ ସମସ୍ୟା ଦୂର କରେ ମେହେନ୍ଦୀ ପତ୍ର

mahabharatanews

ମୁହଁର ସୌନ୍ଦର୍ଯ୍ୟ ବାଏ କଞ୍ଚାକ୍ଷୀର

mahabharatanews

ରାଜଧାନୀର ସମସ୍ତ ସ୍ମାରକୀ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ

mahabharatanews