ରାଜନୀତି

ବିଜେପି ଦେଶର ସମ୍ବିଧାନ ପାଇଁ ବିପଦ: ପ୍ରିୟଙ୍କା

(ନୂଆଦିଲ୍ଲୀ): ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହିଳା ସୁରକ୍ଷା ଏବଂ ଚାଷୀ ସମସ୍ୟାକୁ ନେଇ ମୋଦି ସରକାରକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଭାରତ ବଞ୍ଚାଅ ରାଲି ଆୟୋଜିତ ହୋଇଯାଇଛି । ଏଥିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ଦେଶର ସମ୍ବିଧାନ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି । ଅନ୍ୟାୟ ବିରୋଧରେ ଲଢିବା ପାଇଁ ଦେଶବାସୀ ସ୍ୱର ଉତ୍ତୋଳନ କରନ୍ତୁ । ଯଦି ଚୁପ୍ ରହିବା ତେବେ ଆମ ସମ୍ବିଧାନ ନଷ୍ଟ ହୋଇଯିବ ଏବଂ ଦେଶରେ ବିଭାଜନ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଦେଶରେ ବିଜେପି ଅଛି ଯଦି ପିଆଜ କିଲୋ ୧୦୦ ଟଙ୍କା, କୃଷକଙ୍କ ଆତ୍ମହତ୍ୟା, ନବରତ୍ନ କମ୍ପାନୀ ବିକ୍ରି ସମ୍ଭବ । ଏଣୁୁ ଦେଶରେ ଯେପର୍ଯ୍ୟନ୍ତ ବିଜେପି ରହିଛି ଦେଶର ସମ୍ବିଧାନ ବିପଦରେ ଅଛି ବୋଲି ସେ କହିଛନ୍ତି ।

Related posts

ବିଜେଡିର ନୂଆ ରାଜ୍ୟ ମୁଖ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

ସମାଜସେବୀ ରଞ୍ଜନ ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ

mahabharatanews

ଆତଙ୍କବାଦୀ ଗତିବିଧିରୁ କ୍ଷାନ୍ତ ନ ହେଲେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ରହୁ ପାକ: ଶାହା

mahabharatanews