Uncategorized

ଗତ ୨୪ ଘଣ୍ଟାରେ ଦେଶରେ ୨୮,୬୩୭ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।
ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୨୯,୨୨,୮୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୨,୬୭୪ ଜଣ ପ୍ରାଣ ହରାଇଛନ୍ତି । ୫,୩୪,୬୨୧ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଏଯାବତ୍ ମହାରାଷ୍ଟ୍ରରେ ସର୍ବାଧିକ ୧୦,୧୧୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୨୦୩୨, ଦିଲ୍ଲୀରେ ୩୩୩୪, ମଧ୍ୟ ପ୍ରଦେଶରେ ୬୪୪, ପଶ୍ଚିମବଙ୍ଗରେ ୯୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Related posts

ନଭୀ ମୁମ୍ବାଇର ଆପାର୍ଟମେଣ୍ଟରେ ନିଆଁ

mahabharatanews

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

mahabharatanews

ଶାହୀନବାଗ ଆନ୍ଦୋଳନକାରୀଙ୍କ ବିରୋଧରେ ବିକ୍ଷୋଭ

mahabharatanews