ଅପରାଧ

ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗିରଫ

ନୂଆଦିଲ୍ଲୀ: ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ଶନିବାର ବେଙ୍ଗାଲୁରୁରୁ ଗରିଫ କରିଛି। ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ମଧ୍ୟରେ ୩୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରୁଥିବା ମାମଲାରେ ଏନଆଇଏ ସ୍ଵପ୍ନାଙ୍କ ସମେତ ସାରିଥ ଓ ସନ୍ଦୀପ ନାୟର ଓ ଏର୍ଣ୍ଣାକୁଲମର ଫାଜିଲ ଫରିଦଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ରବିବାର କୋଚି ଏନଆଇଏ କାର୍ୟ୍ୟାଳୟରେ ହାଜର କରାଯାଇଛି। ଏନଆଇଏ ସମେତ କେନ୍ଦ୍ରୀୟ ଏଜେନ୍ସି ଓ ସୀମା ଶୁଳ୍କ ବିଭାଗ କେରଳ ଉଚ୍ଚ ନ୍ୟାୟାଳୟରେ ସ୍ଵପ୍ନଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲେ।
କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର କହିଛନ୍ତି ଯେ, ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ମହିଳା ଅଭିଯୁକ୍ତ ସ୍ଵପ୍ନା ସୁରେଶ ଦ୍ଵାରା ଏକ ସରକାରୀ ପ୍ରକଳ୍ପରେ ନିଯୁକ୍ତି ହାସଲ କରିବା ପାଇଁ ଦିଆଯାଇଥିବା ନକଲି ଡିଗ୍ରୀ ପ୍ରମାଣ ପତ୍ରକୁ ନେଇ ମିଳିଥିବା ଅଭିଯୋଗର ଯାଞ୍ଚ କରାଯିବ। ପୋଲିସ୍‌ଠୁ ମଧ୍ୟ ଅଭିଯୋଗ ମିଳିଛି। ଏବେ ଏହାର ଯାଞ୍ଚ କରାଯିବ। ଅନ୍ୟପକ୍ଷେ ଗୃହ ମନ୍ତ୍ରଣାଳୟ ଏହି ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ଛାନବିନ କରିବା ପାଇଁ ଗୁରୁବାରଠୁ ଅନୁମତି ଦେଇଥିଲେ। ଏହା ପରେ ଏଜେନ୍ସି ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏନଆଇଏ ମୁଖପାତ୍ର କହିଛନ୍ତି, ଅବୈଧ ଗତିବିଧି ରୋକଥାମ ଅଧିନିୟମ ଆଧାରରେ ମାମଲା ରୁଜୁ ହୋଇଛି।

Related posts

ଲୁଟେରା ଗ୍ୟାଙ୍ଗର ୯ ଲୁଟେରା ଗିରଫ, ମାରଣାସ୍ତ୍ର ଜବତ

mahabharatanews

ଦହିବରା ବଞ୍ଚେଇଦେଲା ପୁଅର ଜୀବନ

mahabharatanews

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

mahabharatanews