Uncategorized

ଗତ ୨୪ ଘଣ୍ଟାରେ ଦେଶରେ ୨୮,୬୩୭ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଭାରତରେ ଦୈନିକ ସର୍ବାଧିକ ୨୮,୬୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୪୯, ୫୫୩ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।
ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୨୯,୨୨,୮୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୨,୬୭୪ ଜଣ ପ୍ରାଣ ହରାଇଛନ୍ତି । ୫,୩୪,୬୨୧ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ଏଯାବତ୍ ମହାରାଷ୍ଟ୍ରରେ ସର୍ବାଧିକ ୧୦,୧୧୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୨୦୩୨, ଦିଲ୍ଲୀରେ ୩୩୩୪, ମଧ୍ୟ ପ୍ରଦେଶରେ ୬୪୪, ପଶ୍ଚିମବଙ୍ଗରେ ୯୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Related posts

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମୁଫ୍ତିଙ୍କ ସମେତ ଅଟକ ବନ୍ଦୀଙ୍କୁ ଛାଡିବାକୁ ଇଲତେଜାଙ୍କ ଅନୁରୋଧ

mahabharatanews

ଦିଲ୍ଲୀ ହିଂସା ବିରୋଧରେ ବିଦେଶରେ ଭାରତୀୟଙ୍କ ବିକ୍ଷୋଭ ପ୍ରଦର୍ଶନ

mahabharatanews