ଓଡିଶା

ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ

(ଟୁକୁନା ଖର/ ନବରଙ୍ଗପୁର।): କରୋନା ମହାମାରୀ କୁ ରକିବା ପାଇଁ ଦେଶ ବ୍ୟାପି ଜାରି ରହିଛି କଟକଣା । ଆଉ ଏହି କଟକଣା ଭିତରେ ବନ୍ଦ ହୋଇଯାଇଛି ଅନେକ ଲୋକଙ୍କର ଜୀବନ ଜୀବିକା। କରୋନା କଟକଣା ପାଇଁ କାମ ଧନ୍ଦା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଆଉ ରୋଜଗାର ବି ଶୂନ୍ୟ ହୋଇଯାଇଛି। ଫଳରେ କରୋନା ମାଡରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ପୂରାପୁରି ଦୋହଲି ଯାଇଛି।ଯାହାର ସିଧା ପ୍ରଭାବ ପଡିଛି ସାଧାରଣ ଗରିବ ଜନତା ଙ୍କ ଉପରେ।ତେବେ ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ଖାଇବାକୁ ମୁଠାଏ ପାଇ ପାରୁନଥିବା ଅସହାୟ ଗରିବ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛି ନବରଙ୍ଗପୁର ଜିଲ୍ଲା କୋସାଗୁମୁଡ଼ା ସ୍ଥିତ( ଡ୍ରିମ ଇଣ୍ଡିଆ ଟ୍ରାନ୍ସଫରମେସନ) ନାମକ ଏକ ଘରୋଇ ସଂସ୍ଥା।ଏହି ସଂସ୍ଥା ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ଯାଇ କରନା ମହାମାରୀରୁ କିପରି ଦୁରେଇ ହେବ ସେ ନେଇ ଲୋକଙ୍କୁ ସଚେତନ କରାଇବା ସହ ପ୍ରତିଦିନ ୩୦୦ରୁ ଉର୍ଦ୍ଧ୍ବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି।ଏବଂ ଜିଲ୍ଲାର ପ୍ରତ୍ୟେକ ବ୍ଲକର ୨୦୦ଶହ ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ଚାଉଳ,ଡାଲି, ଆଳୁ,ଅଟା ଭଳି କିଛି ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ଡ୍ରିମ ଇଣ୍ଡିଆ ର ମୁଖ୍ୟ ପଙ୍କଜ ସିପା କହିଛନ୍ତି।ସେହିପରି ଆଜି ମଧ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଂଚାୟତ ରେ ୨୦୦ ରୁ ଉର୍ଦ୍ଧ୍ବ ଗରିବ ଲୋକଙ୍କୁ ରିଲିଫ ବଣ୍ଟନ କରିଛନ୍ତି।ଡ୍ରିମ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପଙ୍କଜ ସିପା ଙ୍କ ଏହି ମହାନ କାର୍ୟ୍ୟ ପାଇଁ ଜିଲ୍ଲାବାସୀ ଧନ୍ୟବାଦ ଦେବା ସହ ପ୍ରଶଂସା ର ପାତ୍ର ମଧ୍ୟ ହୋଇଛନ୍ତି।

Related posts

ଆଇନ ଶୃଙ୍ଖଳା ସମ୍ପର୍କିତ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

mahabharatanews

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews