ବର୍ଦ୍ଧା: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବୟାନ ଦେବାକୁ ନେଇ ହୋଇଥିବା ମାମଲାରେ ବର୍ଦ୍ଧା ପୁଲିସ ବୁଧବାର ଦିନ କାଳିଚରଣ ମହାରାଜଙ୍କୁ ଗିରଫ କରିଛି । ପୁଲିସ ପକ୍ଷରୁ କୁହାଯାଇଛି, ଛତିଶଗଡର ରାୟପୁରରୁ ସକାଳ ୫ଟାରେ ଗିରଫ କରାଯାଇଛି । ଏହି ଭଳି ଏକ ମାମଲାରେ ତାଙ୍କୁ ରାୟପୁର ଜେଲରେ ରଖାଯାଇଥିଲା । ଶିବ ପ୍ରତାପ ଦିନ ଅବସରରେ ମହାରାଜା ହିଂସା ଉଦ୍ରେକ ଟପ୍ପଣୀ ଦେଇଥିଲେ ।
କାଳିଚରଣ ମହାରାଜ ବର୍ଦ୍ଧାଙ୍କୁ ବର୍ଦ୍ଧା ମାଜିଷ୍ଟ୍ରେଟଙ୍କ ଅଦାଲତରେ ପ୍ରସ୍ତୁତ କରିବା ପରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି । ମହାରାଜଙ୍କ ବିରୋଧରେ ଡିସେମ୍ବର ୨୯, ୨୦୨୧ରେ ଏକ ମାମଲା ଦାୟର ହୋଇଥିଲା । କଂଗ୍ରେସ ନେତା ମନୋଜ ଚନ୍ଦୁରକରଙ୍କ ଅଭିଯୋଗ ଆଧାରରେ ପୁଲିସ ଧାରା ୧୫୩ ଓ ୫୦୫ (୨)ରେ ମାମଲା ଦାୟର କରିଥିଲା ।
ଗତ ଡିସେମ୍ବର ୨୬ ତାରିଖରେ ରାୟପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମହାରାଜା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ଛତିଗଡ ଓ ମହାରାଷ୍ଟ୍ରରେ ମାମଲା ଦାୟର ହୋଇଥିଲା । ମହାରାଜାଙ୍କୁ ୩୦ ଡିସେମ୍ବରରେ ଛତିଶଗଡ ପୁଲିସ ଗିରଫ କରିଥିଲା ।
previous post