ଅହମଦାବାଦ: ଗୁଜୁରାଟ କଂଗ୍ରେସର ଜଣେ ବିଧାୟକ କରୋନା ପଜିଟିଭ ଆସିବା ପରେ ଏହା ରାଜ୍ୟ ସରକାର ପାଇଁ ଚିନ୍ତାର କାରଣ ହୋଇଛି । କାରଣ ସେ ମଙ୍ଗଳବାର ଦିନ ଗୁଜୁରାଟ ମନ୍ତ୍ରୀମାନଙ୍କ ଏକ ବୈଠକରେ ଯୋଗ ଦେଇଥିଲେ । ଜମାଲପୁର ଖଡିଆର ବିଧାୟକ ଇମ୍ରାନ ଖୋଡାୱାଲାଙ୍କ କରୋନା ଟେଷ୍ଟର ରେଜଲ୍ଟ ପଜିଟିଭ ଆସିଥିଲା । ଏହା ପରେ ଇମ୍ରାନଙ୍କୁ ଗାନ୍ଧୀନଗରର ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯ।।ଇଛି ।
କିନ୍ତୁ ମଙ୍ଗଳବାର ଦିନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇମ୍ରାନ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ନିତୀନ ପଟେଲ, ଗୃହ ରାଜ୍ୟ ମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଓ ଅନ୍ୟ ଦୁଇ ମନ୍ତ୍ରୀ ଯୋଗଦେଇଥିଲେ । ଇମ୍ରାନଙ୍କ ନିର୍ବାଚନ ମଣ୍ଡଳୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାରେ ଏବେ ସଟଡାଉନ ଘୋଷଣରା ହୋଇଛି । ଲୋକଙ୍କ ସହଯୋଗ ପାଇଁ ସେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ସହ ମିଳାମିଶା କରିଥିଲେ । ସେଠାରୁ ତାଙ୍କୁ ସଂକ୍ରମଣ ହୋଇଥିବ।। ଆଶଙ୍କା କରାଯାଉଛି । ଅପରପକ୍ଷରେର ଇମ୍ରାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଏକାନ୍ତବାସକୁ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।