Uncategorized

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଆଉ ୧୯ ଦିନ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରିଛନ୍ତି। ଜରୁରୀ ସାମଗ୍ରୀକୁ ଛାଡ଼ି ବାକି ସବୁ ବନ୍ଦ ରହିଛି। ଏହା ଫଳରେ ଦେଶର ଅର୍ଥନୀତି ବିଗିଡିବାରେ ଲାଗିଛି । ଲୋକେ କାର୍ଯ୍ୟ ସଂସ୍ଥାନ ହାରାଇ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ତେଣୁ ଦ୍ୱିତୀୟ ପର୍ୟ୍ୟାୟ ଗାଇଡଲାଇନ୍ ସମୟରେ କେତେକ କ୍ଷେତ୍ରକୁ ସରକାର କୋହଳ କରି କାମ ଆରମ୍ଭ କରିବାକୁ କହିଛନ୍ତି। ଏହି ସମୟରେ ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଚିନ୍ତା କରୁଥିବା ଖବର ସରବରାହ ସଂସ୍ଥା ପିଟିଆଇ ତଥ୍ୟରୁ ଜଣାପଡିଛି ।

ପିଟିଆଇ ଅନୁଯାୟୀ, ରାଜ୍ୟ ସରକାରଙ୍କ ସହ ଜାତୀୟ ରାଜପଥ କାମ ପାଇଁ ଆଲୋଚାନ ଚାଲିଛି। ରାଜ୍ୟ ସରକାର ଯଦି ଅନୁମତି ଦେବେ ତାହେଲେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ରାସ୍ତା କାମରେ ନିୟୋଜିତ କରିବା ପାଇଁ ଗଡ଼କରୀ ଚିନ୍ତା କରିଛନ୍ତି। ଏମିତି ହେଲେ ସେମାନଙ୍କୁ ଆଉ ଗାଁକୁ ଯିବାକୁ ପଡ଼ିବନି। କାମ ବେଳେ କରୋନାକୁ ନେଇ ଯେଉଁ ଗାଇଡ ଲାଇନ୍ ରହିଛି ସେ ସବୁ ପାଳନ ହେବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଶ୍ରମିକଟିଏ ରୋଜଗାର ପାଇବା ସହିତ ରହିବା ଏବଂ ଖାଇବା ପିଇବା ପାଇବ। ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଏମଏସଏମଇ ମନ୍ତ୍ରଣାଳୟ ଏ ନେଇ ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି।

Related posts

ଲକଡାଉନ ଭାରତକୁ ପ୍ରଦୂଷଣମୁକ୍ତ କରିଛି: ନାସା

mahabharatanews

କେଜରିୱାଲଙ୍କ ନିଆରା ଶପଥ; ସାମିଲ ହେବେ ସଫେଇ କର୍ମଚାରୀ

mahabharatanews

ରାହୁଲଙ୍କୁ ସଂସଦ ପଠାଇ କେରଳବାସୀ ଭୁଲ କରିଛନ୍ତି: ରାମଚନ୍ଦ୍ର ଗୁହା

mahabharatanews