Uncategorized

ଗ୍ରାମବାସୀଙ୍କ ନିଷ୍ପତ୍ତିରେ ଖ୍ରୀଷ୍ଟଙ୍କ ମୂର୍ତ୍ତି ନିର୍ମାଣ ହୋଇଛି: ଶିବକୁମାର

ବେଙ୍ଗାଲୁରୁ: ୧୧୪ ଫୁଟ ଉଚ୍ଚର ଜେସସ୍ ଖ୍ରୀଷ୍ଟଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ଓ କନକପୁରା କଂଗ୍ରେସ ଏମଏଲଏ ଡି କେ ଶିବକୁମାର ସୋମବାର କହିଛନ୍ତି, ଏହାର ନିର୍ମାଣ ନିଷ୍ପତ୍ତି ତାଙ୍କର ନୁହେଁ, ଏହା ଗ୍ରାମବାସୀଙ୍କର ନିଷ୍ପତ୍ତି ।

“ଏହା ମୋର ନିଷ୍ପତ୍ତି ନୁହେଁ, ଗ୍ରାାମରେ ଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନିଷ୍ପତ୍ତି କ୍ରମେ ଏହାର ନିର୍ମାଣ ହୋଇଛି । ମୁଁ କେବଳ ସ୍ଥାନୀୟ ବିଧାୟକ ହୋଇଥିବାରୁ ଏଥିରେ ସହାଯ୍ୟ କରିଛି । ମୂର୍ତ୍ତି ନିର୍ମାଣ ପାଇଁ ଜାଗା ଦିଆଯାଇଥିଲା ଓ ସମସ୍ତ କାମ ଆଇନ ଅନୁଯାୟୀ ହୋଇଛି । ସେଠାର ୩୦ ବର୍ଷର ବିଧାୟକ ହୋଇଥିବାରୁ ସେମାନଙ୍କୁ ସହଯୋଗ କରିଛି” ବୋଲି ଶିବକୁମାର କହିଛନ୍ତି । କନାପୁରାରେ ଖ୍ରୀଷ୍ଟଙ୍କ ମୂର୍ତ୍ତି ନିର୍ମାଣକୁ ନେଇ ଆରଏସଏସ ଓ ବିଜେପି ନେତାଙ୍କ ବିରୋଧକୁ ନେଇ ଶିବକୁମାର ଆହୁରି କହିଛନ୍ତି, ଗ୍ରାମବାସୀ ଅତ୍ୟନ୍ତ ସାଧାରଣ ଲୋକ, ଆମକୁ ସେମାନଙ୍କୁ ସାହାଯ୍ୟ କରିବାର କଥା । ଏବେ ଆରଏସଏସ ଓ ବିଜେପି ନେତାଙ୍କୁ ଆସି ଗୁଳିମାରିବାକୁ ଦିଅ, ଏଥିନେଇ ଆମେ ଆଦୌ ଚିନ୍ତିତ ନୋହୁଁ ।

ସୂଚନାଯୋଗ୍ୟ, ଡିସେମ୍ବର ୨୫ ତାରିଖରେ ରାମନଗର ଜିଲ୍ଲାର ହରୋବେଲେ ଗାଁରେ ଜେସସ ଖ୍ରୀଷ୍ଟଙ୍କ ଏକ ମୂର୍ତ୍ତି ନିର୍ମାଣ ପାଇଁ ଶିବକୁମାର ଶିଳାନ୍ୟାସ କରିଥିଲେ । ଏଥିନେଇ ସେ ୧୦ ଏକର ପରିମିତ ଜାଗା ମଧ୍ୟ ଦାନ କରିଥିଲେ । ଏହି ଷ୍ଟାଚ୍ୟୁ ୧୧୪ ଫୁଟ ଉଚ୍ଚର ନିର୍ମାଣ ହେବ ।

Related posts

ଦେଶରେ ସଂକ୍ରମଣ ୪ ଲକ୍ଷ ୨୫ ହଜାର ୨୮୨

mahabharatanews

କରୋନା ମୃତ୍ୟୁ ସଂଖ୍ୟା ୨୬୨୦

mahabharatanews

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

mahabharatanews

Leave a Comment