ଓଡିଶା

ଗ୍ୟାସ ଦର ବୃଦ୍ଧି ନେଇ ଟିଟିଲାଗଡରେ ବିକ୍ଷୋଭ ପ୍ରଦର୍ଶନ

(ମହାଭାରତ, ଟିଟିଲାଗଡ): ଗ୍ୟାସ ସିଲିଣ୍ଡର ବୃଦ୍ଧି ପ୍ରତିବାଦରେ ଟିଟିଲାଗଡରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟିଟିଲାଗଡ ବିଜେଡି, କଂଗ୍ରେସ, ଗରିବ ସେନା, ମାନବିକ ଅଧିକାର ସୁରକ୍ଷା କର୍ମୀଙ୍କ ପକ୍ଷରୁ ମୁଖ୍ୟ ଛକରେ ଗ୍ୟାସ ସିଲିଣ୍ଡର ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଗରିବ ସେନା ସଭାପତି ଆଇନଜୀବି ବିରେନ୍ଦ୍ର ବାଗ, ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ଦୁର୍ଗାପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିକ୍ଷୋଭକାରୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଥିବା ସୂଚନା ମିଳିଛି ।

Related posts

ବେଆଇନ୍ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ

mahabharatanews

ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ

mahabharatanews

ଆସନ୍ତାକାଲିଠୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ 

mahabharatanews