ଓଡିଶା

ଗ୍ୟାସ ପାଇଁ ଲୋକ ହନ୍ତସନ୍ତ,ବତରକଙ୍କୁ ତାଗିଦ କଲେ ତହସିଲଦାର

(ବରୀ/ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଂଚାୟତ କମ୍ପଗଡ ରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ର ଅନୁପମ ଗ୍ୟାସ ବିତରଣ କେନ୍ଦ୍ର ର ମନ ମାନି ଯୋଗୁଁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ବିଶ୍ଵ ମହାମାରୀ ରୂପେ ଉଭା ହୋଇଥିବା କରୋନା ରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା ଥିବା ବେଳେ ଉକ୍ତ ନିୟମ କୁ ନ ମାନି ଲୋକ ମାନେ ଲମ୍ବା ଲାଇନ ରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି । ଏ ପରି ସ୍ଥଳେ ଗ୍ୟାସ୍ ବିତରକ ତରଫରୁ ସେଠାରେ ଥିବା ଲୋକ ମାନଙ୍କୁ କୌଣସି କର୍ମଚାରୀ ସଚେତନ କରିବା ତ ଦୂରର କଥା ଗ୍ୟାସ ନେବା ପାଇଁ କୌଣସି ସୁବିଧା କରିନଥିବା ବେଳେ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଖରା ରେ ଛିଡା ହେଉଛନ୍ତି । ସରକାରଙ୍କ ନିୟମ ଅନୁସାରେ ଉଜ୍ଜଲା ଯୋଜନା ରେ ସଂଯୋଗ ହୋଇଥିବା ଗ୍ରାହକ ଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଘରେ ଦେବାକୁ ନିୟମ ଥିବା ବେଳେ ଏହାକୁ ସମ୍ପୃକ୍ତ ଡିଲର ନ ଦେବାରୁ ହିତାଧିକାରି ମାନେ ଗ୍ୟାସ ବିତରଣ କେନ୍ଦ୍ରକୁ ଯାଇ ନାନା ଅସୁବିଧାର ସମୁଖୀନ ହେଉଥିବାର ଦେଖାଯାଉଛି । ଆଜି ବରୀ ତହସିଲଦାର ସରୋଜ କାନ୍ତ ନାୟକ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଅଚାନକ ଗ୍ୟାସ୍ ବିତରକ କେନ୍ଦ୍ର ରେ ଚଢ଼ାଉ କରି ଲୋକ ମାନଙ୍କୁ ସଚେତନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଥିଲେ ଏବଂ ସମ୍ପୃକ୍ ଗ୍ୟାସ୍ ବିତରକ କେନ୍ଦ୍ର କୁ ଗ୍ୟାସ୍ ସିଲଣ୍ଡର୍ ଘରେ ଘରେ ପହଞ୍ଚାଇବା ପାଇଁ ସରକାରୀ ନିୟମ ଥିବାବେଳେ ଏହାକୁ ପାଳନ କରିବାକୁ ତାଗିଦ୍ କରିଥିଲେ ଏବଂ ଆସନ୍ତା କାଲି ଠାରୁ ଗ୍ୟାସ୍ ବିତରଣ କେନ୍ଦ୍ର ଗ୍ରାହକ ମାନଙ୍କୁ ଘରେ ଘରେ ସିଲିଣ୍ଡର ପହଞ୍ଚିବା ବରୀ ତହସିଲଦାର ତାଗିଦ୍ କରିଛନ୍ତି।

Related posts

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews

ରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା

mahabharatanews

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦୁଇ ଦିନ ବର୍ଷିବ

mahabharatanews