Uncategorized

ଘରେ ପ୍ରସ୍ତୁତ କରନ୍ତୁ ଅଳସୀ ଚିଲା

(ମହାଭାରତ): ବ୍ରେକଫାଷ୍ଟ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । ହେଲଦି ଏବଂ ଟେଷ୍ଟ ବ୍ରେକଫାଷ୍ଟ ଆପଣଙ୍କ ପୂରା ଦିନକୁ ହିଁ ଖୁସିରେ ଖୁସିରେ ନେଇଯାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଅଳସୀ ଚୀଲା’ ରେସିପି । ଏହି ରେସିପି ଆପଣଙ୍କ ପାଇଁ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।
ଆବଶ୍ୟକୀୟ ସାମଗ୍ରୀ
ଗହମ ଅଟା- ଏକ କପ୍
ଅଳସୀ ଅଟା- ୧/୪କପ୍
ଦହି-୧/୨ କପ୍
ଅଦା ପେଷ୍ଟ- ୧ଛୋଟ ଚାମଚ
କଞ୍ଚା ଲଙ୍କା-ଗୋଟିଏ
ଗୋଲମରୀଚ- ୧/୪ଛୋଟ ଚାମଚ
ଧନିଆ ପତ୍ର- ୩ ଟେବୁଲ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ପ୍ରସ୍ତୁତ ପ୍ରଣାଳୀ:
ଅଳସୀର ଚୀଲା ପ୍ରସ୍ତୁତ କରିବା ପାଇଁ ଏକ ବଡ ପାତ୍ରରେ ଗହମ ଏବଂ ଅଳସୀର ଅଟାକୁ ପକାଇ ଚଲାଇ ଦିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ ରଖି ସେଥିରେ ପୂର୍ବରୁ ରଖିଥିବା ଦହି ପକାଇ ମିଶାଇ ଦିଅନ୍ତୁ । ଏହାପରେ ଅଳ୍ପ ପାଣି ପକାଇ ମିକ୍ସି କରନ୍ତୁ । ଏହି ମିଶ୍ରଣକୁ ଭଲଭାବେ ଚଲାନ୍ତୁ ଯାହାଦ୍ୱାରା କୌଣସି ବିଣ୍ଡାର ରହବି ନାହିଁ । ଏହି ଘୋଳକୁ ଦୋଷା ଘୋଳ ଭଳି ଗାଢା ରଖନ୍ତୁ । ଏଥିରେ କଟା କଞ୍ଚା ଲଙ୍କା, ପିଆଜ, ଧନିଆ ପତ୍ର, କାଟି ରଖିଥିବା ଅଦା ଏବଂ ଗୋଲମରୀଚ ପକାଇ ମକ୍ଟଳର କରନ୍ତୁ । ଏହାପରେ ଗ୍ୟାସରେ ତାୱା ବସାନ୍ତୁ । ତାୱା ଗରମ ହେଲେ ସେଥିରେ ଏହି ଘୋଳକୁ ପକାନ୍ତୁ । ଏହାର ଦୁଇ ପାଖ ଭଲଭାବେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଓଲଟ ପାଲଟ କରନ୍ତୁା ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଅଳସୀ ଚୀଲା । ଆପଣ ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ସସ୍ ସହିତ ଖାଇପାରିବେ ।

Related posts

ଦିଲ୍ଲୀର ଦୁଇ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ, ୧ ମୃତ

mahabharatanews

ବିମାନ ଯାତ୍ରା ସମୟରେ କରନ୍ତୁ ଏହି କାମ

mahabharatanews

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews