Uncategorized

ଘରେ ପ୍ରସ୍ତୁତ କରନ୍ତୁ ବାଦାମ ଫାଲୁଦା

(ମହାଭାରତ): ଓଡିଶାରେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ହୋଇଗଲାଣୀ । ଖରାଦିନରେ ସାଧାରଣତଃ ଥଣ୍ଡା ଥଣ୍ଡା ଖାଦ୍ୟ ସହିତ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆମେ ମାନେ ତ ବଜାରରେ ମିଳୁଥିବା ବିଭିନ୍ନ ପାନୀୟ କିଣି ପିଇଥାଉ । କିନ୍ତୁ ଅନେକ ସମୟରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । କିନ୍ତୁ ଘରେ ପ୍ରସ୍ତୁତ ପାନୀୟ ସ୍ୱାଦିଷ୍ଟ ହେବା ସହ ଦେହ ପାଇଁ ବି ହିତକାରୀ ହୋଇଥାଏ । ବଜାରରୁ କିଣି ପିଉଥିବା ଟେଷ୍ଟି ଫୁଲଦାକୁ ଥରେ ଘରେ ବନାଇ ପିଅନ୍ତୁ ଓ ତାର ମଜା ନିଅନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ:
ଏକ ବଡ ଚାମଚ ସାଗୁଦାନା
୪କପ କ୍ଷୀର
୩ ଚାମଚ ଚିନି
ଅଧା ଚାମଚ ଗୋଲାପ ରସ
ଗୋଟେ କପ ଆଇଁସ କ୍ରିମ
୨ଚାମଚ ତୁଟି ଫ୍ରୁଟି
୨ଚାମଚ ନଟ୍ସ
ପ୍ରସ୍ତୁତ ପ୍ରଣାଳୀ:
ଏକ ଲମ୍ବା ଗ୍ଲାସରେ ୨ବଡ ଚାମଚ ରହ ଅଫଜ ଦିଅନ୍ତୁ । ଏବେ ଏଥିରେ ଭିଜା ହୋଇଥିବା ସାଗୁଦାନା ଦିଅନ୍ତୁ । ଏଥିରେ ୨ଛୋଟ ଚାମଚ ଫାଲୁଦା ସେଓ ଦିଅନ୍ତୁ । ପୂର୍ବରୁ ରଖାଯାଇଥିବା ଥଣ୍ଡା କ୍ଷୀର ଢାଳନ୍ତୁ । ଚୋପା ନଛଡା ଯାଇଥିବା ଜେଲି ଦିଅନ୍ତୁ । ଭେନିଲା ଆଇସକ୍ରିମ ଗୋଟେ ସ୍କୁପ ଦିଅନ୍ତୁ । ଏଥିରେ ଅନ୍ୟାନ ପଦାର୍ଥ ଦେଇ ଧୀରେ ଧୀରେ ଗୋଳାଇ ଦିଅନ୍ତୁ । ଏହାକୁ ଭଲ ଭାବେ ସଜାଇ ଥଣ୍ଡା ଫାଲୁଦାର ମଜା ନିଅନ୍ତୁ ।

Related posts

ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ

mahabharatanews

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

mahabharatanews