Uncategorized

ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ

 (ନୂଆଦିଲ୍ଲୀ ): ଚଳିତ ବଜେଟରେ ପର୍ୟ୍ୟଟନକୁ ଫୋକସ୍ କରାଯାଇଛି। ପର୍ୟ୍ୟଟନ ପାଇଁ ୨୫୦୦କୋଟି ବ୍ୟୟ ବରାଦ କରାଯାଇଛି। ଅପର ପକ୍ଷରେ କୌଶଳ ବିକାଶ ପାଇଁ ୯୯,୩୦୦ କୋଟି ଆବଣ୍ଟନ କରାଯାଇଛି।
ସୂଚନାନୁଯାୟୀ, ଅହମଦାବାଦ ଲୋଥଲରେ ପୋତ ସଂଗ୍ରାହଳୟ ସ୍ଥାପନ କରାଯିବ। ୨୦୨୦-୨୧ରେ ସଂସ୍କୃତି ମନ୍ତ୍ରାଳୟ ପାଇଁ ୩,୧୫୦କୋଟି ବ୍ୟୟ ବରାଦ ହୋଇଛି। ଭାରତୀୟ ଧରୋହର ଏବଂ ସଂରକ୍ଷଣ ସଂସ୍ଥାନ ସ୍ଥାପନା ହେବ। ଏତଦ୍ ବ୍ୟତୀତ ଦେଶରେ କିଛି ଆଇକନିକ୍ ମ୍ୟୁଜିଅମ ପ୍ରତିଷ୍ଠା କରାଯିବ। ଯେଉଁଥିରେ ମେରଠ ଜିଲ୍ଲାର ହସ୍ତିନାପୁର ସାମିଲ ରହିଛି। ରାଖିଘଡ଼ି, ହସ୍ତିନାପୁର, ଶିବସାଗର, ଧୋଲାବୀରା ଗୁଜରାତ, ତାମିଲନାଡ଼ୁର ଆଦିଚନଲୁର ଗ୍ରାମ ରହିଛି। ରାଞ୍ଚିରେ ଆଦିବାସୀ ମ୍ୟୁଜିଅମ ହେବ।
ଅପର ପକ୍ଷରେ ଚଳିତ ବଜେଟରେ ସୀତାରମଣ ପ୍ରଦୂଷଣକୁ ନେଇ ବଢ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ସହରରେ ସ୍ଵଚ୍ଛ ବାୟୁ ପାଇଁ ୪୪୦୦ କୋଟି ଦିଆଯିବ।

Related posts

ଭୋପାଳରେ କାଉ ମଡକ ପରେ ବାର୍ଡ ଫ୍ଲୁ ନେଇ ସତର୍କ କଲା ସରକାର

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ଲାଗୁ ହେବ ଡ୍ରେସ କୋର୍ଡ

mahabharatanews

ଯବାନଙ୍କ ଆତଙ୍କ: ୨୦୦ ରାଉଣଡ ଗୁଳି ଚଳାଇ ଖେଳାଇଲେ ଭୟ

mahabharatanews