(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ ବ୍ରେଡ ଉତ୍ତପମ ।
ଆବଶ୍ୟକୀୟ ସାମଗ୍ରୀ: ୪/୬ ପିସ ବ୍ରେଡ, ୫ଚାମଚ ସୁଜି, ୫ଚାମଚ ମଇଦା, ଅଧା ଚାମଚ ମଇଦା, ଜିରା, କଞ୍ଚା ଲଙ୍କା, ୨ଚାମଚ କଟା ଅଦା, ଧନିଆ ପତ୍ର, ଅଧା ଚାମଚ ସିମ୍ଲା ଲଙ୍କା, ଟମାଟୋ କଟା ଅଳ୍ପ, ତେଲ ଓ ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତ ପ୍ରଣାଳୀ:
ବ୍ରେଡ ଉତ୍ତପମ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ବ୍ରେଡର ଚାରିପଟକୁ ଛୁରୀରେ କାଟି ବାହାର କରିଦିଅନ୍ତୁ । ତାପରେ ଏକ ମକ୍ଟଳର ଗ୍ରାଇଣ୍ଡରରେ ବ୍ରେଡ, ସୁଜି, ମଇଦା, ଦହି, ଲୁଣ ଓ ପାଣି ମିଶାଇ ଭଲଭାବେ ପେଷି ଦିଅନ୍ତୁ । ପ୍ରସ୍ତୁତ ପେଷ୍ଟକୁ ଏକ ପାତ୍ରରେ କାଢି ସେଥିରେ କଟା ଅଦା, ଟମାଟୋ,ଜିରା,ସମିଲା ଲଙ୍କା, କଞ୍ଚା ଲଙ୍କା ଓ ଧନିଆ ପତ୍ର ମିଶାଇ ଭଲଭାବେ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଘୋଳ ଯେପରି ବେଶୀ ପତଳା କିମ୍ବା ବେଶୀ ଗାଢା ନହୁଏ । ବର୍ତ୍ତମାନ ଏକ ନନଷ୍ଟିକ ପ୍ୟାନ ଗରମ କରି ସେଥିରେ ଟିକିଏ ତେଲ ଗରମ କରନ୍ତୁ ତାପରେ ପ୍ରସ୍ତୁତ ଘୋଳକୁ ଦେଇ ଉତ୍ତପମ ଆକାରରେ ବୁଲାଇ ଦିଅନ୍ତୁ । ଏହାର ଚାରିପଟେ ମଧ୍ୟ ତେଲ ଲଗାନ୍ତୁ । ତାପରେ ତାକୁ ଓଲଟାଇ ଅନ୍ୟ ପାଖଟି ମଧ୍ୟ ଠିକ୍ ସେହିପରି ସେକି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବ୍ରେଡ ଉତ୍ତାପମ । ଏହାକୁ ଆପଣ କାଢି ଗରମ ଗରମ ଯେ କୌଣସି ଚଟଣୀ ସହିତ ସର୍ଭ କରନ୍ତୁ ।
previous post
next post