Uncategorized

ଘରେ ପ୍ରସ୍ତୁତ କରନ୍ତୁ ମଟନ କିମା ବିରିୟାନୀ

(ମହାଭାରତ): ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ବିରିୟାନୀକୁ କୌଣସି ବିଶେଷ ଅବସରରେ ତିଆରି କରାଯାଏ । କିନ୍ତୁ ଆପଣ ଚାହିଁଲେ ଏହାକୁ ଘରେ ସହଜରେ ବି ପ୍ରସ୍ତୁତ କରିପାରିବେ । ଆଜି ଆପଣ ନିହାତି ଛୁଟିରେ ରହିବେ ଆଉ ଦିନରେ ଘରେ ବନାନ୍ତୁ କିଛି ସ୍ପେଶାଲ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘କିମା ବିରିୟାନୀ’,ଯାହା ଆପଣଙ୍କୁ ହାଇଦ୍ରାବାଦୀ ଟେଷ୍ଟ ଦେବ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ ।
ଆବଶ୍ୟକୀୟ ସାମଗ୍ରୀ
ଅଧା କିଲୋ ମଟନ କିମା
୭୫୦ ଗ୍ରାମ ରାଇସ୍
୨୫୦ ଗ୍ରାମ ଟମାଟୋ
୨୦୦ ଗ୍ରାମ ପିଆଜ
୩ ଲେମ୍ବୁ ରସ
୬ କଞ୍ଚା ଲଙ୍କା କଟା ହୋଇଥିବା
୨ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର
୧ ବଡ ଚାମଚ ଅଦା ରସୁଣ ପେଷ୍ଟ
ଧନିଆ ପାଉଡର
ହଳଦୀ ପାଉଡର
ଅଧା କପ ତେଲ
୨ଇଞ୍ଚ ଦୁଇଟି ଡାଲଚିନି ଖଣ୍ଡ
୬ଟି ଛୋଟ ଅଳେଇଚ ଏବଂ ଲବଙ୍ଗ
୫ଟି ଗୋଲମରୀଚ
୨ଟି ତେଜପତ୍ର
୫ ଟେବୁଲ ଚାମଚ ଧନିଆ ପତ୍ର ଏବଂ ପୋଦିନା ପତ୍ର
ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତ ପ୍ରଣାଳୀ
ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ୨ଟି ଅଳେଇଚ ଏବଂ ଲବଙ୍ଗ, ଗୋଟେ ଖଣ୍ଡ ଡାଲଚିନି ପକାଇ ଭାଜନ୍ତୁ । ବଳକା ଅଳେଇଚ ଏବଂ ଲବଙ୍ଗକୁ କୁଟି କୁଟି ପାଉଡର ବନାଇ ଦିଅନ୍ତୁ । ଏହାପରେ କଟା ପିଆଜ ପକାଇ ତେଲରେ ଭାଜନ୍ତୁ ଏବଂ ଅଳ୍ପ ପିଆଗକୁ ସଜାଇବା ପାଇଁ ରଖନ୍ତୁ । କିମା ଏବଂ ଟମାଟୋ ମିଶାଇ ତେଲ ଛାଡିବା ପର୍ଯ୍ୟନ୍ତ ଭାଜନ୍ତୁ । ଧନିଆ ପାଉଡର,୩ଟେବୁଲ ଚାମଚ ଧନିଆ ପତ୍ର ଏବଂ ପୋଦିନା ପତ୍ର ପକାଇ ଆଞ୍ଚରୁ ବାହାର କରିଦିଅନ୍ତୁ । ଏହାପରେ ରାଇସ୍ ବନାଇବା ପାଇଁ ପ୍ୟାନରେ ପାଣି ଗରମ କରନ୍ତୁ । ଏଥିରେ ଲୁଣ,ଗୋଲ ମରୀଚ, ତେଜପତ୍ର ଏବଂ ରାଇସ୍ ପକାଇ ଫୁଟାନ୍ତୁ । ଏହାପରେ ଏକ୍ସଟ୍ରା ପାଣିକୁ ବାହାର କରିଦିଅନ୍ତୁ । ବିରିୟାନୀ ପାିଁ ପ୍ୟାନରେ ଅଧା ରାଇସ୍ ନେଇ ରଖନ୍ତୁ । କିମା ବନାଇବା ପାିଁ ବଳକା ରାଇସ୍,ଭଗା ପିଆଜ, ବଳକା ଧନିଆ ପତ୍ର,ପୋଦିନା ପତ୍ର ଏବଂ ଲେମ୍ବୁ ରସ ପକାଇ ୫-୭ ମିନିଟ୍ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ରାନ୍ଧନ୍ତୁ । ଏହାପରେ ତଳକୁ ଓହ୍ଲାଇ ଦିଅନ୍ତୁ । ଏବେ ଆପଣଙ୍କର ‘କିମା ବିରିୟାନୀ’ ପ୍ରସ୍ତୁତ ହୋଇଗଲା ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

mahabharatanews

ଏଣିକି ବହି ବସ୍ତାନୀ ବୋଝ କମିବ

mahabharatanews

ଗଣମାଧ୍ୟମ ରିପୋର୍ଟକୁ ରେଳବାଇର ଖଣ୍ଡନ: ୧୫ରୁ ଚାଲିବ ନାହିଁ ରେଳ

mahabharatanews