Uncategorized

ଘରେ ପ୍ରସ୍ତୁତ କରନ୍ତୁ ମଟନ ଡାଲମା

(ମହାଭାରତ): ମଟନ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ମଟନକୁ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିପାରିବେ । ତେବେ ଘରେ ପ୍ରସ୍ତୁତ କରନ୍ତୁ ଭିନ୍ନ ଷ୍ଟାଇଲରେ ମଟନ ଡାଲମା ବା ମାଂସ ଡାଲମା ।
ଆବଶ୍ୟକୀୟ ସାମଗ୍ରୀ: 
ଖାସି ମାଂସ-୫୦୦ଗ୍ରାମ୍
ସିଝା ବୁଟ ଡାଲି-୩କପ୍
ରିଫାଇନ ତେଲ- ୪ଚାମଚ
ଅଦା,ରସୁଣ,ପିଆଜ ଓ ଟମାଟୋ ପେଷ୍ଟ-୪ଚାମଚ
ଲଙ୍କାଗୁଣ୍ଡ-୨ଚାମଚ
ହଳଦୀଗୁଣ୍ଡ-ଦେଢ ଚାମଚ
ପିଆଜ -୨ଟି
ଗରମ ମସଲା
ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତୁତ ପ୍ରଣାଳୀ:
ଗ୍ୟାସ୍ ଲଗାଇ କଡେଇ ବସାନ୍ତୁ । କଡେଇରେ ୪ଚାମଚ ତେଲ ପକାଇବା । ତେଲ ଗରମ ହୋଇଗଲେ ପିଆଜକୁ କାଟି ପକାଇବେ । ପିଆଜ ହାଲକା ବାଦାମୀ ହୋଇଗଲେ ସେଥିରେ ବଟା ମସଲା ପକାଇବେ । ଏଥିରେ ଗୋଟେ ଚାମଚ ହଳଦୀଗୁଣ୍ଡ, ଲୁଣ ଗୋଟେ ଚାମଚ ପକାଇ ମସଲା କଷାଇବେ । ମାଂସ ଭଲ ଭାବରେ କଷି ହେବା ପରେ ମାଂସ ସିଝିବା ପାଇଁ ପାଣି ଓ ଆବଶ୍ୟକୀୟ ଲୁଣ କପାଇ ଘୋଡେଇ ଦେବେ । ୪୫ ମିନିଟ୍ ପରେ ମାଂସ ସିଝିଯାଇଥିବ । ଏବେ ଢାଙ୍କୁଣୀ ଖୋଲି ଦେଖିବେ ମାଂସ ସିଝିଛି କି ନାହିଁ , ଯଦି ସିଝି ନଥିବ ତେବେ ମାଂସକୁ ଆଉ କିଛି ସମୟ ଘୋଡେଇ ଦେବେ । ମାଂସ ସିଝି ଗଲା ପରେ ଏଥିରେ ପୂର୍ବରୁ ସିଝେଇ ରଖିଥିବା ବୁଟ ଡାଲି,ଗରମ ମସଲା ଗୋଟେ ଛୋଟ ଚାମଚ ପକାଇବେ । ଏବେ ଏହାକୁ ଘୋଡେଇ ପାଞ୍ଚ ମିନିଟ୍ ପାଇଁ ଛାଡି ଦେବେ । ଏବେ ପ୍ରସ୍ତୁତ ହୋଇଗଲା ମଟନ୍ ଡାଲମା । ଏହାକୁ ଚକୁଳି ସହ ଖାଇ ଏହାର ମଜା ଉଠାଇପାରିବେ ।

Related posts

୭ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

mahabharatanews

ସହଜ ଉପାୟରେ ଦୂର କରନ୍ତୁ ବେକର କଳାପଣ

mahabharatanews

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

mahabharatanews