(ମହାଭାରତ): ଭାରତୀୟ ରୋଷେଇ ଘରେ ଆଳୁର ଏକ ବିଶେଷ ସ୍ଥାନ ରହିଛି । ଏହାକୁ ଆମେ ସାଧାରଣତଃ ତରକାରୀ,ଭଜା କିମ୍ବା ପକୋଡା ଭାବେ ବ୍ୟବହାର କରିଥାଉ । ତେବେ ଆଜି ଆମେ ଆପଣଙ୍କୁ ଆଳୁରେ ତିଆରି ଏକ ସ୍ନାକ୍ସ ‘ଗାର୍ଲିକ ପଟାଟୋ’ ପ୍ରସ୍ତୁତ କରିବାର ରେସିପି ବିଷୟରେ । ଯାହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ଗାର୍ଲିକ ପଟାଟୋ ।
ଆବଶ୍ୟକୀୟ ସାମଗ୍ରୀ
ଆଳୁ-୪/୫
ରସୁଣ ପେଷ୍ଟ ୨ଚାମଚ
ରିଫାଇନ ତେଲ ନଚେତ ଅଲିଭ ଅଏଲ
ସିଲଭର ଫଏଲ
ଗାର୍ଲିକ ବଟର
ଗୋଲମରିଚ ଗୁଣ୍ଡ – ଅଧା ଚାମଚ
ଧନିଆ ପତ୍ର
ଆବଶ୍ୟକୀୟ ଅନୁସାରେ ଲୁଣ
ପ୍ରସ୍ତୁତ ପ୍ରଣାଳୀ
ମାଇକ୍ରୋୱେଭକୁ ପ୍ରଥମେ ପ୍ରିହିଟ କରି ରଖିଦିଅନ୍ତୁ । ଏହାପରେ ଆଳୁର ଚୋପା ଛଡାଇ ଏହାକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ । ବର୍ତ୍ତମାନ ଆଳୁରେ ଗୋଲମରିଚଗୁଣ୍ଡ,ଲୁଣ ,ରସୁଣ ପେଷ୍ଟ, ଧନିଆ ପତ୍ର ଓ ଅଲିଭ ଅଏଲ ମିଶାଇ କିଛି ସମୟ ପାଇଁ ରଖିଦିଅନ୍ତୁ । ତାପରେ ଏକ ସିଲଭର ଫଏଲ ନେଇ ତାଭିତରେ କିଛି ରସୁଣ ପେଷ୍ଟ ୧ଚାମଚ ଅଭିଲ ଅଏଲ ପକାଇ ଏହାକୁ ପ୍ୟାକ କରିଦିଅନ୍ତୁ । ତାପରେ ବେକିଙ୍ଗ ଟ୍ରେ ନେଇ ସେଥିରେ ଗୋଟେ ପଟେ ପୂର୍ବରୁ ମ୍ୟାରିନେଟ କରି ରଖିଥିବା ଆଳୁ ଓ ପ୍ୟାକଡ ରସୁଣ ରଖିଦିଅନ୍ତୁ । ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ । ଯଦି ସମ୍ଭବ ତାହେଲେ ମଝିରେ ମଝିରେ ଏହାକୁ ଓଲଟାଉଥାନ୍ତୁ ଏବଂ ଅଧଘଣ୍ଟା ପରେ ଏହାକୁ ମାଇକ୍ରୋୱେଭ ଭିତରୁ ବାହାର କରିଦିଅନ୍ତୁ । ଏବେ ଉପରେ ଗାର୍ଲିକ ବଟର ଢାଳି ଗରମ ଗରମ ସର୍ଭ କରନ୍ତୁ ପଟାଟୋ ଗାର୍ଲିକ ।
previous post
next post