Uncategorized

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିହତ । ନିହତଙ୍କ ମଧ୍ୟରେ ରହିଛି ଜଣେ ଟପ କମାଣ୍ଡର । ସୁକମା ଜିଲ୍ଲା କୋଣ୍ଟା ଥାନା ଅଧୀନ କହ୍ନାଇଗୁଡା ନିକଟ ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବୋଲି ସୁକମା ଏସ୍ପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ମୁତାବକ, ଛତିଶଗଡ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ରା ବାଟାଲିୟନର ମିଳିତ ଦଳ ଗୋମ୍ପାଡ ଏବଂ କହ୍ନାଇଗୁଡ଼ା ଗାଁ ନିକଟ ଜଙ୍ଗଲରେ ମାଓ ବିରୋଧୀ ଅଭିଯାନ ଚଲାଇଥିଲେ। ଅଭିଯାନ କାଳରେ ଆଜି ସକାଳେ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ ଓ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ପରେ ସୁରକ୍ଷାବଳ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେସନରେ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥଛି । ମୃତକ ମଧ୍ୟରେ ଜଣେ କୋଣ୍ଟା ଏରିଆ କମାଣ୍ଡର କବାସୀ ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି।

 

Related posts

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

mahabharatanews

ବିଷଧର ସାପ ସହ ଖେଳିଲା ନିଶାଡ଼ି, ରାଗରେ ଚୋଟ ପକାଇଲା ନାଗ

mahabharatanews

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

mahabharatanews