ଓଡିଶା

ଘର ଛାତ ପଡି କାର୍ୟ୍ୟରତ ଶ୍ରମିକ ମୃତ

(ମଧୁସୂଦନ ବହିଦାର /ବାଲଙ୍ଗୀର): ବଲାଙ୍ଗୀର ସ୍ଥିତ ଆୟୁର୍ବେଦିକ କଲେଜ ନିକଟରେ ସୂର୍ୟ୍ୟ ନାରାୟଣ ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ଘର ତିଆରି କରୁଛନ୍ତି । ତେଣୁ ଆଜି ସକାଳୁ ଘରକାମ ନେଇଥିବା ରାଜ ମିସ୍ତ୍ରୀର ନିର୍ଦ୍ଧେଶ କ୍ରମେ ଶ୍ରମିକ ଭାବରର କାର୍ୟ୍ୟରତ ପୁଇଁତଲା ଥାନା ଅନ୍ତର୍ଗତ ସୁର୍ଡା ଗ୍ରାମର ଲୋକ ମୃତକ ସାଧୁ ଚରଣ ନାୟକ ସେଣ୍ଟରିଂ ଟିକୁ ଖୋଲିଥିଲେ । ହେଲେ କୌଣସି କାରଣ ବଶତଃ କେବଳ ସେଣ୍ଟରିଂ ତଳେ ପଡିବା ବଦଳରେ ସମ୍ପୂର୍ଣ୍ଣ ଛାତଟି ଖସି ପଡି ତାଙ୍କ ମୁଣ୍ଡ ଉପରେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାଧୁଚରଣଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଘଟଣାସ୍ଥଳରେ ଘର ମାଲିକଙ୍କ ସୂଚନା କ୍ରମେ ମୃତକଙ୍କ ପରିବାର ଲୋକେ ତଥା ତାଙ୍କ ପୁତୁରା ପହଞ୍ଚି ରାଜ୍ ମିସ୍ତ୍ରୀକୁ ଦାୟୀ କରିଥିବା ବେଳେ ଅନ୍ୟପଟେ ପୋଲିସ ପହଞ୍ଚି ଶବଟି ଉଦ୍ଧାର କରି ବ୍ୟବଛେଦ ପାଇଁ ଭୀମଭୋଇ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା ।

Related posts

କୁଳିଦାରେ ନିଆରା ଢଙ୍ଗରେ, ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

mahabharatanews

ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ

mahabharatanews

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews