ଓଡିଶା

ବଜ୍ରାଘାତରେ ଜଣେ ବୃଦ୍ଧ ମୃତ

(ରଜନୀକାନ୍ତ ପାତ୍ର /ଗଞ୍ଜାମ):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ସାରଦୁଳ ଗ୍ରାମ ନିକଟ ଯାନୀପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଗତକାଲି ପ୍ରବଳ ବର୍ଷା ସହିତ ବଜ୍ରାଘାତ ହୋଇଥିଲା । ସେହି ସମୟରେ ପାଖାପାଖି ବତ୍ସ ନାୟକ ନାମକ ଜଣେ ବୃଦ୍ଧ ବିଲକୁ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ସେ ବିଲରେ ଟଳି ପଡ଼ିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଦମକଳ ଗାଡିକୁ ଖବର ଦେଇଥିଲେ । ଖବର ପାଇବାପରେ ଦମକଳବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ବୃଦ୍ଧକୁ ଉଦ୍ଧାର କରି ଦମକଳ ଗାଡ଼ିରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ବିଧାନସଭାରେ ପୁଣି ହଟ୍ଟଗୋଳ; ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

mahabharatanews

କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ର

mahabharatanews

ମାହାଙ୍ଗାରେ ହୃଦୟବିଦାରକ ଗଣହତ୍ୟା: ବଡ ଭାଇ ପରିବାରକୁ ନିପାତ କଲା ସାନ ଭାଇ

mahabharatanews