(ମହାଭାରତ): ବ୍ଲାକ ବୋର୍ଡ ବା କଳାପଟାରେ ଲେଖିବା କାମରେ ବ୍ୟବହୃତ ଚକଖଡିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା । ଏହାଦ୍ୱାରା ଦାଗ,ଦୁର୍ଗନ୍ଧ ଆଦିକୁ ଦୂର କରାଯାଇପାରିବ । ଆସନ୍ତୁ ଜାଣିବା,ଏହାର ଉପଯୋଗ ।
୧- ଘରର କାନ୍ଥରେ ଲାଗିଥିବା ଜିଦୀ ଦାଗକୁ ଦୂର କରିବାରେ ଚକଖଡି ବ୍ୟବହାର କରାଯାଇପାରିବ । ଦାଗ ଉପରେ ଚକକୁ ଧୀରେ ଧୀରେ ରଗଡନ୍ତୁ । ଏହାଦ୍ୱାରା କାନ୍ଥରେ ଲାଗିଥିବା ଚିହ୍ନ,ଦାଗ ଭଲ ଭାବେ ଫିକା ପଡିଯିବ ।
୨- ଆଲମିରାରେ ଅନେକ କପଡା ରହୁଥିବାରୁ ବେଳେବେଳେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଏହାକୁ ଦୂର କରିବା ପାଇଁ ଆପଣ ଫ୍ରେଶନର ଜାଗାରେ ଚକ ବ୍ୟବହାର କରିପାରିବେ ।
୩- ନମନୀୟତା ଯୋଗୁ ଅନେକ ସମୟରେ ଦେଖାଯାଏ,ରୂପା ପାତ୍ରଗୁଡିକ ନିଜ ଚମକ ହରାଇ ଦିଅନ୍ତି ଏବଂ ଧୀରେ ଧୀରେ ସେଗୁଡିକ କଳା ପଡିଯାଇଥାଏ । ଏହାର ଚମକକୁ ବଜାୟ ରଖିବା ପାଇଁ ଏକ ବଡ ଡବାରେ ରୂପା ପାତ୍ରକୁ ରଖି ସେଥିରେ ଅଳ୍ପ ଚକ୍ ଗୁଣ୍ଡ ପକାଇ ଦିଅନ୍ତୁ । ମଝିରେ ମଝିରେ ଏହାକୁ ବଦଳାଉ ଥାଆନ୍ତୁ । ଦେଖିବେ,ମାତ୍ର କିଛି ଦିନ ଭିତରେ ରୂପା ପାତ୍ର ଚମକି ଉଠିବ ।
୪- ଶାର୍ଟ କଳର ଏବଂ ହାତର ଅଗ୍ରଭାଗକୁ ସଫା କରିବା ଏକ ଚ୍ୟାଲେଞ୍ଜ ହୋଇଥାଏ । ବିଶେଷ କରି ସ୍କୁଲ ଯାଉଥିବା ପିଲାଙ୍କ ଶାର୍ଟ ଖୁବ୍ କମ୍ ଦିନରେ ମଇଳା ହୋଇଯାଇଥାଏ । ଏହାକୁ ସଫା କରିବା ପାଇଁ ଆପଣ ଚକର ସହାୟତା ନେଇପାରିବେ । ମଇଳା ହୋଇଥିବା ଜାଗାରେ ଆପଣ ଚକ୍ ରଗଡିପାରିବେ ।
୫- ଯଦି ଜଙ୍କ୍ ଫୁଡ କିମ୍ବା କୌଣସି ଚଯଣୀ ଆପଣଙ୍କ କପଡାକୁ ଖରାପ କରିଦିଏ, ତା’ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହାକୁ ଚକଖଡି ଦ୍ୱାରା ସହଜରେ ଦୂର କରିହେବ ।
