ଓଡିଶା

ଚଳିତ ଥର ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୨୬ ପାର

(ଭୁବନେଶ୍ୱର) : ଚଳିତ ଥର ଗ୍ରୀଷ୍ମ ଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି। ଏଥିରୁ ୨୦ ମାମଲା ରାଉରକେଲାର। ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି। ଏଭଳି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ।

ସେ ଆହୁରି କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି। ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି। ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଭବିଷ୍ୟତରେ ହିଟୱେଭର ସମ୍ଭାବନା ଅଛି। ଖଣି ଅଞ୍ଚଳରୁ ହିଟୱେଭ ମାମଲା ଅଧିକ ଅଛି। ସେଠି ସତର୍କ ରହିବାକୁ କୁହାଯାଇଛି।

Related posts

ଡେଙ୍ଗୁ ଆତଙ୍କ ; ଆଜିଠୁ ଚେକିଂ ଆରମ୍ଭ କରିଛି BMC

mahabharatanews

ସ୍ନାନ ବେଳେ ନାବାଳକଙ୍କୁ ମଝି ସମୁଦ୍ରକୁ ଟାଣି ନେଲା ଉଚ୍ଚ ଜୁଆର

mahabharatanews

କରୋନାରେ ଆଖି ବୁଝିଲା ୨ବର୍ଷର ଶିଶୁ

mahabharatanews