ଭାରତ

ଚୀନ ସେନା ଉପରେ ତୀକ୍ଷ୍ନ ନଜର ରଖିବ ଡ୍ରୋନ

ନୂଆଦିଲ୍ଲୀ: ଏଣିକି ସୀମା ଜଗିବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବ ଭାରତ । ଡ୍ରୋନ ଜଗିବ ଭାରତ ଚୀନ ସୀମାକୁ । ସୀମାରେ ଚୀନର ଟିକିନିକି ହରକତ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଡ୍ରୋନ ହେରନକୁ ନିୟୋଜିତ କରିବ ଭାରତୀୟ ସେନା । ଫଳରେ ଚୀନ ସେନାର ଅନୁପ୍ରବେଶକୁ ରୋକାଯାଇ ପାରିବ । ଅରୁଣାଚଳ ପ୍ରଦେଶ ଭିତରକୁ ଚୀନ ସେନା ଧସେଇ ପସୁଛନ୍ତି । ଅରୁଣାଚଳ ସୀମାରେ ପିଆଇଏଲର ଗତିବିଧି ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ହେରନ ଡ୍ରୋନ ମୁତୟନ କରାଯାଇଛି ।
ଆକାଶ ମାର୍ଗରୁ ଚୀନ୍ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ ହେରନ୍ ମାର୍କ-ଓ୍ୱାନ୍ । ଇସ୍ରାଏଲ ନିର୍ମିତ ଏହି ମାନବବିହୀନ ଏୟାରକ୍ରାଫଟ୍ ୩୦ ହଜାର ଫୁଟ୍ ଉଚ୍ଚତାରେ ଉଡ଼ିବା ସହ ଭୂପୃଷ୍ଟର ସ୍ପଷ୍ଟ ଚିତ୍ର ଦେବାର କ୍ଷମତା ରଖିଛି । ଫଳରେ ଚୀନ୍ ସେନାର ସମସ୍ତ ହରକତ୍ ସମ୍ପର୍କରେ ଭାରତୀୟ ସେନା ସତର୍କ ହୋଇ ପାରିବ । ଏକକାଳୀନ ୨୪ରୁ ୩୦ ଘଣ୍ଟା ଯାଏଁ ଏହା ଆକାଶରେ ଉଡ଼ିପାରିବ ଓ ରାତିର ଅନ୍ଧାରରେ ତଥା ପ୍ରତିକୂଳ ପାଣିପାଗରେ ମଧ୍ୟ କାର୍ୟ୍ୟ କରିପାରିବ।

 

Related posts

କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

mahabharatanews

ବ୍ରଶ କରିବା ପରେ ଚାଲିଗଲା ଜୀବନ

mahabharatanews

“କେଜ୍ରିୱାଲଙ୍କୁ ଏକ ବଡ଼ ଷଡଯନ୍ତ୍ର କରି ଗିରଫ କରାଯାଇଛି”: ସାଂସଦ ସଞ୍ଜୟ ସିଂହ

mahabharatanews