ଓଡିଶା

ଚେଁଗୁଆ ଗ୍ରାମବାସୀଙ୍କ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

(ଦୀପକ ମିଶ୍ର/କପ୍ତିପଦା): ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଚେଁଗୁଆ-ମଙ୍ଗଳପୁର ଗାଁର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ବନ ମହୋତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣତ୍ରୀ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଜନୀକାନ୍ତ ପାତ୍ର, ଫରେଷ୍ଟ ସାମୁଖ୍ୟ ସଭାପତି ପ୍ରଦୀପ କୁମାର ଜେନା ଓ ଇଲେକ୍ଟ୍ରିକ ଏସଡିଓ ରଞ୍ଜିତ ଗୟା ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରାୟ ତିରିଶ ପ୍ରଜାତିର ଗଛ ଅତିଥିମାନଙ୍କ ଦ୍ୱାରା ଲଗାଯାଇଥିଲା । ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମ ଜାରି ରଖିବା ପାଇଁ ଗାଁର ଯୁବଗୋଷ୍ଠୀ ଆହ୍ୱାନ ଦେଇଥିଲେ । ବନ ମହୋତ୍ସବ କାର୍ୟ୍ୟକ୍ରମ ଜରିଆରେ ଚେଁଗୁଆ ମଙ୍ଗଳପୁର ଗାଁରେ ଆଗାମୀ ଦିନରେ ବୃକ୍ଷ ରୋପଣ କରାଯିବ ବୋଲି ଯୁବଗୋଷ୍ଠୀ ସଭାପତି କାର୍ତ୍ତିକ ଚନ୍ଦ୍ର ମାଟିଆ ସୂଚନା ଦେଇଥିଲେ । ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ନେଇ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ଏବଂ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ପ୍ରଶଂସା କରିଥିଲେ ।

Related posts

ନିଜ ଉଦ୍ଭାବନକୁ ନେଇ ଚିନ୍ତାରେ ମାର୍ଟିନ୍ କୁପର

mahabharatanews

ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

mahabharatanews

୨ ପିଲାଙ୍କ ଝଗଡ଼ାରୁ ମହିଳାଙ୍କୁ ପିଟି ପିଟି ହତ୍ୟା,ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

mahabharatanews