ଓଡିଶା

ଚୋରା ଗଞ୍ଜେଇ ଚାଲଣ ବେଳେ ଜଣେ ଗିରଫ

(ବନବାସି ପ୍ରଧାନ/ବାଲିଗୁଡା): ଚୋରା ଗଞ୍ଜେଇ ଚାଲଣ ବେଳେ ରାଇକିଆ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ତା ନାଁ ଗଣେଶ ପ୍ରଧାନ । ଘର ନୟାଗଡ ଜିଳ୍ଲା ରଣପୁର ଅଞ୍ଚଳରେ ବୋଲି ଜଣା ପଡିଛି । ପଲିସ ତା ନିକଟରୁ ୩୨ କେଜି ଗଞ୍ଜେଇ ଓ ଏକ କାର ଜବତ କରିଛି ।

ସୂଚନାନଯୁଯାୟୀ ରାଇକିଆ ପୁଲିସ ଆଜି ପେଟ୍ରୋଲିଂ କରୁଥିବା ସମୟରେ ରେ କୋଭିଡ ଡ୍ୟୁଟି ଲେଖାଥିବା ଏକ ଧଳା ରଙ୍ଗର କାର୍ ଯାହାର ନମ୍ବର ଓଡି ୦୨ ଏଚ୍ ୦୨୬୬୬ ପୁଲିସକୁ ଦେଖି ଦୃତ ଗତିରେ ପଳାଇଥିଲା । ପୋଲକୁ ଏନେଇ ସନ୍ଦେହ ହେବାରୁ ଉକ୍ତ କାରକୁ ପିଛା କରି ଗମାଣ୍ଡି ନିକଟରେ କାରଟିକୁ କାବୁ କରିଥିଲେ । ଯାଞ୍ଚବେଳେ ସେଥିରୁ ୩୨କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି କାରରେ ଦୁଇ ଜଣ ଅଭିଯୁକ୍ତ ଥିଲେ କିନ୍ତୁ ପୁଲିସକୁ ଧେଖି ଜଣେ ଫେରାର ହୋଇଯାଇଥିଲା ।ୠାଡିରେ ଥିବା ଗଣେଶକୁ ପୁଲିସ କାବୁ କରିଥିଲା । ଏ ନେଇ ରାଇକିଆ ଥାନା ରେ କେସ୍ ନଂ.୧୯/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି।

Related posts

ସ୍ୱାଧୀନତା ସଂଗ୍ରାମୀ ଦାଶରଥୀ ପାଣିଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

mahabharatanews

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

mahabharatanews

ବ୍ଲକସ୍ତରରେ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ

mahabharatanews