ଓଡିଶାଭାରତରାଜନୀତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାରାଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି। କାରଣ ପ୍ରଥମ ଥର ଜଣେ ଓଡି଼ଆ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଶ୍ରୀମତୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି। ତେବେ ଓଡି଼ଆମାନଙ୍କର ପଖାଳ ହେଉଛି ସବୁଠାରୁ ପ୍ରିୟ ଖାଦ୍ୟ। ତେଣୁ ଦ୍ରୌପଦୀ ବା ଏଥିରୁ ବ୍ୟତିକ୍ରମ ହେବେ କିପରି। ଶ୍ରୀମତୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଥିବା ସମୟରେ ମଧ୍ୟ ଯେତେବେଳେ ନିଜ ବାପ ଘରକୁ ଯାଆନ୍ତି ସେତେବେଲେ ଆଗ ପଖାଳ ସାଙ୍ଗକୁ ସଜନା ଶାଗ ଭଜା ବରାଦ କରିଥାନ୍ତି। ସୂଚନା ଅନୁସାରେ ଯେତେବେଳେ ଦେଶର ନୂଆ ରାଷ୍ଟ୍ରପତି ଦାୟିତ୍ୱ ନିଅନ୍ତି ସେତେବେଳେ ତାଙ୍କର ଖାଦ୍ୟପେୟକୁ ନେଇ ଚର୍ଚ୍ଚା ହୋଇଥାଏ। ପଦବୀ ଯେତେବଡ ହେଉନା କାହିଁକି ସମସ୍ତଙ୍କର ଖାଦ୍ୟପେୟରେ ଅଲଗା ଅଲଗା ରୁଚି ରହିଥାଏ। ସେଥିପାଇଁ ଖାଦ୍ୟପେୟରେ ବୁଝାମଣା କରାଯାଇପାରିବ ନାହିଁ। ଶ୍ରୀମତୀ ମୁର୍ମୁ ଯେତିକି ସରଳ ତାଙ୍କ ଖାଦ୍ୟପେୟ ମଧ୍ୟ ସେତେକି ସରଳ। ତେଣୁ ରାୟସିନା ରୋଷୋଇ ଶାଳରେ ଶ୍ରୀମତୀ ମୁର୍ମୁଙ୍କ ଲାଗି ପାଖାଳ ଓ ସଜନା ଶାଗର ବରାଦ ଦିଆଯାଇଛି। ତେବେ ଶ୍ରୀମତୀ ମୁର୍ମୁଙ୍କ ଖାଦ୍ୟପେୟ ବିଷୟରେ ଆଲୋଚନା କଲେ ପ୍ରଥମେ ନିଜ ଘରେ ଯାହା କିଛି ରହିଥାଏ ସେ ସେହିଥିରେ ସକାଳ ଜଳଖିଆ କରିଥାନ୍ତି। ମଧ୍ୟାହ୍ନରେ ଭାତ ସାଙ୍ଗକୁ ରୁଟି ଖାଇଥାନ୍ତି। ରାତିରେ ଫଳ ଆହାର କରିଥାନ୍ତି। ଦେଖିବାକୁ ଗଲେ ସେ ସମ୍ପୂର୍ଣ୍ଣ ଭାବେ ଶାକାହାରୀ। ତାଙ୍କ ଖାଦ୍ୟପେୟରେ ପିଆଜ ରସୁଣର ସ୍ଥାନ ମଧ୍ୟ ନଥାଏ। ତେବେ ସ୍ୱାମୀ ଓ ଦୁଇ ପୁଅଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଆମିଷ ଭୋଜନ ତ୍ୟାଗ କରିଦେଇଥିବା ଜଣାପଡିଛି।

Related posts

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

mahabharatanews

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କ ପରଲୋକ, ଆଜି ପୁଣେରେ ହେବ ଶେଷକୃତ୍ୟ

mahabharatanews

ମହିଳାଙ୍କ ତୁଳନାରେ ପୁରୁଷ କୋରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି

mahabharatanews