ଭୁବନେଶ୍ୱର : ଏଣିକି ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାରେ ମୁଖ୍ୟ ଅସ୍ତ୍ରପଚାର ଗୃହ ଦ୍ୱତୀୟ ଓ ଚତୁର୍ଥ ଶନିବାର ଦିନ ଖୋଲା ରହିବ | ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ ଦର୍ଶାଯାଇଛି | ମାସର ଦ୍ୱତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନ ରହୁଥିବାରୁ ମୁଖ୍ୟ ଓଟିକୁ ବନ୍ଦ ରଖାଯାଉଛି ଫଳରେ ବହୁ ରୋଗୀ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି | ସେହିପରି BSKYରେ ହିତାଧିକାରୀଙ୍କୁ ଘରୋଇ ଡାକ୍ତରଖାନା ରେଫର କରାଯାଇଥିବାରୁ ସରକାରୀ ତହବିଲ ଉପରେ ଚାପ ପଡୁଛି | ତେବେ ବିଭିନ୍ନ ଅଭିଯୋଗ ଆସିବା ପରେ ଦ୍ୱତୀୟ ଓ ଚତୁର୍ଥ ଶନିବାର ଦିନ ଓଟି ଖୋଲା ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି |
ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଜିଲାସ୍ତରରେ ଥିବା ମେଡିକାଲ କଲେଜରେ ଏହି ନିୟମ ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ପଡିବ। ପ୍ରତ୍ୟେକ ମେଡିକାଲ କଲେଜରେ ବିଶେଷଜ୍ଞମାନେ କିଭଳି ଉପସ୍ଥିତ ରହିବେ ସେଥିପ୍ରତି ଦୃଷ୍ଟି ଦିଅ। ଏମିତିକି ସବୁ ଛୁଟିଦିନ ଯେଭଳି ଓଟି କାର୍ଯ୍ୟକ୍ଷମ ରହିବ ତାହାକୁ ପ୍ରାଥମିକତା ଦେବାକୁ ପଡ଼ିବ। ମେଡିକାଲ କଲେଜରେ ଯେଭଳି ନିଶ୍ଚେତକ, ସର୍ଜରୀ ଓ ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ରହିବେ ସେନେଇ ସୁପରିଟେଣ୍ଡେଣ୍ଟଙ୍କୁ ଅବଗତ କରାଇବାକୁ ପତ୍ରରେ ଉଲ୍ଲେଖ ରହିଛି।