Uncategorized

ଜଗନ ସରକାର ନାମରେ ଅଭିଯୋଗ ଆଣିଲା ଟିଡିପି

ଅମରାବତୀ: ତେଲଗୁଦେଶମ ପ।ର୍ଟି (ଟିଡିପି) ମୁଖପାତ୍ର କେ ପଟ୍ଟାଭିର।।ମ ଜଗନ ରେଡି ସରକାର ବିରୋଧରେ ଅଭିଯୋଗ ଆଣିଛନ୍ତି କି, ସରକାର ଫ୍ରାନˆଲିନ ଟେମ୍ପେ୍ଲଟନଙ୍କୁ ଆକ୍ରମଣ କରୁଛି । ଗତକାଲି ରାଜ୍ୟସଭାରେ ୱାଇଏସଆରସିପିର ସାଂସଦ ମିଥୁନ ରେଡ୍ଡୀ ଅଭିଯୋଗ ଆଣିଥବଲେ, ଟିଡିପି ସରକାର ୧ ହଜାର କୋଟି ଟଙ୍କାର ୪୦ ଏକର ଜମିକୁ ଫ୍ରାନˆଲିନ ଟେମ୍ପ୍ରେଟନଙ୍କୁ ମାତ୍ର ୩୦ କୋଟି ଟଙ୍କାରେ ଯୋଗାଇ ଦେଇଥିଲା ।

ଗତକାଲି ରେଡିଙ୍କ ବୟାନ ଉପରେ ଆଜି ଟିଡିପି ମୁଖପାତ୍ର କହିଛନ୍ତି, ୱାଇଏସଆରସିପି ମୁଖ୍ୟ ଓ ବର୍ତ୍ତମାନର ଅନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଣୀ ୯ କୋଟି ଟଙ୍କା ଫ୍ରାଙ୍କଲିନ ଟେମ୍ପେ୍ଲଟନର ଇକୁଇଟି ସେୟାରରେ ବିନିଯେ।।ଗ କରିଛନ୍ତି । ପ୍ରମାଣ ଭାବେ ଟିଡିପି ମୁଖପାତ୍ର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସତ୍ୟପାଠ ଦେଖାଇଥିଲେ । ଏଥିସହ ଏଚସିଏଲ, ଫ୍ରାଙ୍କଲିନ ପରି ପ୍ରସିଦ୍ଧକମ୍ପାନୀଗୁଡିକୁ ବିଶାଖାପାଟନମରୁ ବାହାର କରିବାକୁ ଷଡଯନ୍ତ୍ର କରୁଥିବା କହିଛନ୍ତି । ଏଥିସହ ସେ ଅଭିଯୋଗ କରିଥିଲେ, ଏହି କମ୍ପାନୀକୁ ରାଜ୍ୟକୁ ଆଣିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବହୁ କଷ୍ଟ କରିଥିଲେ ଓ ଜମି ଯୋଗାଇ ଦେଇଥିଲେ ରାଜ୍ୟର ଯୁବକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ । ଏଥିସହ ଟିଡିପି ମୁଖପାତ୍ର ଅଭିଯୋଗ କରିଥିଲେ କି ଜଗନ ଟ୍ୟାକ୍ସ ନାମରେ ରାଜ୍ୟସରକାର ମିଛ ଟ୍ୟାକ୍ସ ଆଦ।।ୟ କରୁଛି, ଯାହାକୁ କିଆ ମୋଟର, ଫ୍ରାଙ୍କଲିନ ଟେମ୍ପେ୍ଲଟନ ଆଦି କମ୍ପାନୀ ଏହି ଟ୍ୟାକ୍ସ ଦେବାକୁ ରୋକ ଠୋକ ମନା କରି ଦେଇଛନ୍ତି ।

Related posts

ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଭାରତବାସୀ ପ୍ରତିଜ୍ଞାବଦ୍ଧ: ମୋଦି

mahabharatanews

ଆମେରିକାରେ ଭାରତୀୟ ବଂଶୋଦ୍ଭବ ଡାକ୍ତର ବାପା ଝିଅଙ୍କ ମୃତ୍ୟୁ

mahabharatanews

୮୬% ଟୀକା ନେବା ପରେ କରୋନାରେ ସଂକ୍ରମିତ

mahabharatanews