(ମହାଭାରତ): ମହାମାରୀ କରୋନା ଭାଇରସକୁୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦେଶବାସୀଙ୍କୁ ସମ୍ବୋନ୍ଦନ କରିଛନ୍ତି । ଅ।ଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ସଜାଗ ଓ ସତର୍କ ରହିବା ପାଇଁ କହିବା ସହିତ ଅ।ବଶ୍ୟକ କାମ ନଥିଲେ ଘରୁ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହା ସହିତ କରୋନ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ମଧ୍ୟ କରିଛନ୍ତି । ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଏହି ଜନତା କର୍ଫ୍ୟୁ ପାଳନ କରାଯିବା । ଏହି କର୍ଫ୍ୟୁ ବାବଦରେ ଅବଗତ କରାଇବା ପାଇଁ ପ୍ରତିଦିନ ଅତି କମରେ ୧୦ ଜଣଙ୍କୁ ଫୋନ୍ କରି ସେମାନଙ୍କୁ “ଜନତା କର୍ଫ୍ୟୁ’ ଏବଂ କରୋନା ଭାଇରସକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ୱାନକୁ ବଲିଉଡ୍ ସମର୍ଥନ ଜଣାଇଛି । ସୋଶାଲ ମିଡିଅ । ଟ୍ୱିଟର ଜରିଅ।ରେ ସେଲେବ୍ରିଟି କର୍ଫ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।
୧. ଅନୁପମ୍ ଖେର୍ ଟୁଇଟରେ ଲେଖିଛନ୍ତି, “କଠିନ ସମୟରେ ବିଚାରବନ୍ତ ଲୋକ ରାସ୍ତା ଖୋଜିଥା’ନ୍ତି କିନ୍ତୁ ଭୀରୁ ବାହାନା ଦେଖାଇଥା’ନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁତ ବହୁତ ଧନ୍ୟବାଦ । ଏପରି ପରିସ୍ଥିତିରେ କେବଳ ଦେଶକୁ ନୁହେଁ, ସମଗ୍ର ବିଶ୍ୱକୁ ଅ।ପଣଙ୍କ ପରି ନେତାର ଅ।ବଶ୍ୟକତା ରହିଛିୟ ଅ ।ମେ ସମସ୍ତେ ମିଶି ଅ ।ମର କର୍ତ୍ତବ୍ୟ ପାଳନ କରିବୁା ‘
୨. ଅକ୍ଷୟ କୁମାର ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ନେଇଥିବା ଏହି ପଦକ୍ଷେପକୁ ମୁଁ ସ୍ୱାଗତ ଜଣାଉଛି । ରବିବାର ସକାଳ ୭ଟାରୁ ସନ୍ଧ୍ର୍ୟା ୯ଟା ପର୍ଯ୍ୟନ୍ତ ସମସ୍ତେ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ । ‘
୩. ଅଜୟ ଦେବଗନ୍ କହିଛନ୍ତି, “ସବୁ ଭାରତୀୟଙ୍କୁ ହାତ ଯୋଡ଼ି ନମସ୍କାର ଜଣାଉଛି । କରୋନା ଭାଇରସରେ ମୁକାବିଲା କରିବା ପାଇଁ ଅ ।ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ଓ ଅନୁରୋଧ କରିଛନ୍ତି ଦୟାକରି ୨୨ ମାର୍ଚ୍ଚରେ ତାହାକୁ ପାଳନ କରନ୍ତୁ ।’
୪. ସେହିପରି ବରୁଣ ଧାବନ୍ କହିଛନ୍ତି, “ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁରେ ମୁଁ ଭାଗନେବିୟ ପ୍ରଧାନମନ୍ତ୍ରୀଙ୍କୁ ମୁଁ ସମର୍ଥନ ଜଣାଉଛିୟ ଏବେ ଏକାଠି ହେବାର ସମୟ । ଅ।ସନ୍ତୁ ଅ।ମ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରନ୍ତୁ । ‘
୫. ଅଲି ଅସଗର ଲେଖିଛନ୍ତି, “ଭିଡ଼ଠାରୁ ଦୂରରେ ରୁହନ୍ତୁୟ ଘରେ ରୁହନ୍ତୁ । ଜରୁରୀ ସ୍ଥିତି ନହେଲେ ଘର ବାହାରକୁ ଯାଅ ।ନ୍ତୁ ନାହିଁ । ବୟସ୍କ ଓ ଛୋଟ ପିଲା ଘରେ ହିଁ ରୁହନ୍ତୁ । ୨୨ ମାର୍ଚ୍ଚ ସକାଳ ୭ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ସମସ୍ତେ ଜନତା କର୍ଫ୍ୟୁରେ ସାମିଲ ହୁଅନ୍ତୁ । ‘
୬. ଶବାନା ଅ।ଜ୍ମୀ ଲେଖିଛନ୍ତି, “କରୋନା ଭାଇରସ୍କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ ବହୁତ ଭଲ ଲାଗିଲା । ୨୨ ମାର୍ଚ୍ଚରେ ସମସ୍ତ ଭାରତୀୟ ଘରେ ହିଁ ରହିବା ପାଇଁ ଚେଷ୍ଟା କରନ୍ତୁ । ଅ।ମକୁ ଉତ୍ସାହିତ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ‘
ସେହିପରି ଶିଳ୍ପା ସେଟ୍ଟୀ, ହେମାମାଳିନୀ, “ଟ୍ୱିଙ୍କିଲ୍୍ ଖାନ୍ନା, କରନ୍ ଜୋହର୍, କୋଏନା ମିତ୍ରା, ସଞ୍ଜୟ ଦତ୍ତ, ଅମିତାଭ ବଚ୍ଚନ, ରିତେଶ ଦେଶମୁଖ, ମହେଶ ଭଟ୍ଟ ପ୍ରଭୃତି କଳାକାର ୨୨ ମାର୍ଚ୍ଚରେ ହେବାକୁ ଥିବା ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ।