ଓଡିଶା

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପ୍ରଶିକ୍ଷଣ କର୍ମଶାଳା

ରାଇରଙ୍ଗପୁର: ପରିବେଶ ସୁରକ୍ଷା ଜୀବନ ରକ୍ଷା । ପରିବେଶକୁ ସନ୍ତୁଳିତ ରଖିଲେ ଜୀବଜନ୍ତୁ ସୁସ୍ଥ ରହିବେ । ସୁସ୍ଥ ଜୀବନଧାରା ପାଇଁ ଜଳବାୟୂ ଓ ପରିବେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରାହିଛି । ତେଣୁ ପରିବେଶକୁ ସ୍ୱାସ୍ଥ୍ୟ ଉପଯୋଗୀ କରିବା ଆମସମସ୍ତଙ୍କର ଦାୟିତ୍ୱ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ସହଯୋଗରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକ ଯୋଗ ଦେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କରି ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Related posts

ଆଇସକ୍ରିମ ଦେଇ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାର

mahabharatanews

କୋକସରାରେ କୋରୋନା ସଚେତନତା ସଭା

mahabharatanews

କାନ୍ଥ ନିର୍ମାଣକୁ ନେଇ ମାରପିଟ୍, ୩ ଗୁରୁତର

mahabharatanews