ଓଡିଶା

ରାଜଧାନୀରୁ ନକଲି ସସ୍ କାରଖାନା ଠାବ

ଭୁବନେଶ୍ଵର: ରାଜଧାନୀରୁ ନକଲି ସସ୍ କାରଖାନା ଠାବ । ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ ଏକ ନକଲି ସସ୍ କାରଖାନାରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । କାରଖାନାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ କରିଛି ପୋଲିସ । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି ଷ୍ଟିକର ମରା ଯାଇଛି କିନ୍ତୁ ସେଥିରେ କେବେ ତିଆରି ହୋଇଛି ଏବଂ ଏକ୍ସପାୟରୀ ତାରିଖ ଆଦି ସମ୍ପର୍କରେ କୌଣସି ସୂଚନା ଉଲ୍ଲେଖ ନାହିଁ ।ସୂଚନା ଅନୁସାରେ, ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଥିବା ଏକ ନକଲି ସସ୍ କାରଖାନାରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ, ସସ୍ ତିଆରି ମେସିନ ଆଦି ଜବତ କରିଛି ପୋଲିସ । ତେବେ ନାଳ ପାଣିରେ ଏହି ସସ୍ ସବୁ ତିଆରି ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହି ଅଭିଯୋଗ ଆଧାରରେ ଆଜି ପୋଲିସ କାରଖାନାରେ ଚଢ଼ାଉ କରିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ । ଫାକ୍ଟ୍ରି ସିଲ୍ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଖୁବ ଶୀଘ୍ର ଫାକ୍ଟ୍ରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

Related posts

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

mahabharatanews

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ଧଉଳି ପାଳିବ ବିଶ୍ୱସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ

mahabharatanews