ଓଡିଶା

ଜଳେଶ୍ୱରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମସ୍ୟା ଓ ଦାବି ନେଇ ସ୍ଥାନୀୟ ଲୋକେ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଧାନକିଣାରେ ଦୁର୍ନୀତି, ବିଦ୍ୟୁତ ବିଭାଗର ଖାମ ଖିଆଲି ମନୋଭାବ, ଦମକଳ ବିଭାଗରେ ଆବଶ୍ୟକୀୟ ଯନ୍ତ୍ରପାତି ଓ କର୍ମଚାରୀଙ୍କ ଅଭାବ, ଗ୍ରାମୀଣ ରାସ୍ତାରେ ଭାରିଜାନ ଚଳାଚଳ ବନ୍ଦ ଆଦି ସମସ୍ୟା ନେଇ ସ୍ଥାନୀୟ ଲୋକେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଜିଲ୍ଲା ଏସପି ବି ଯୁଗୋଳ କିଶୋରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ । ଗୃହ ବଣ୍ଟନରେ ଅନିୟମିତତା, ୬୦ରୁ କମ୍ ବୟସର ବ୍ୟକ୍ତିଙ୍କୁ ଭତ୍ତା ମିଳୁଥିବା, ନୟନଯୋଡି ଉପରେ ପାଣି ଟାଙ୍କୀ ନିର୍ମାଣ ଆଦି ଅଭିଯୋଗର ଜିଲ୍ଲାପାଳ ଶୁଣାଣି କରିଥିଲେ । ମୋଟ ୧୭୫ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଏଥି ମଧ୍ୟରୁ ଅଧିକାଂଶ ପୂର୍ବରୁ ଶୁଣାଣି ହୋଇଥିଲା । ତେବେ ପୂର୍ବରୁ ଶୁଣାଣି ହୋଇଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପୁଣି ଏଗୁଡିକ ସାମ୍ନାକୁ ଆସିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Related posts

ମା ମର୍କାମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews

ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ

mahabharatanews

୫୨ ପୁଲିସ ଯୋଦ୍ଧାଙ୍କ ପ୍ଲାଜମା ଦାନ

mahabharatanews