Uncategorized

ଜାପାନରେ ବନ୍ଦ ହେଲା ଏକ ସିନେମା ଘର

(ମହାଭାରତ): ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ତଥା ଅମିର ଖାନ ଷ୍ଟାରର ଫିଲ୍ମ ‘ଥ୍ରୀ ଇଡିୟଟସ୍’କୁ ଇତିମଧ୍ୟରେ ୧୦ ବର୍ଷ ବିତିଗଲାଣୀ, ତଥାପି ଏହାର ଲୋକପ୍ରିୟତା ଏବେ ବି ବିଶ୍ୱର କୋଣ ଅନୁକୋଣରେ ରହିଛି । ନିକଟରେ ଜାପାନର ଓସାକା ସହରରେ ଥିବା ଏକ ସିନେମା ଘର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ତେବେ ଖାସ କଥା ହେଉଛି, ସେଠାରେ ଶେଷ ଶୋ’ରେ ‘ଥ୍ରୀ ଇଡିୟଟସ୍’ ହିଁ ପ୍ରଦର୍ଶିତ ହୋଇଥିଲା । ଥିଏଟର ପକ୍ଷରରୁ କୁହାଯାଇଥିଲା କି ଏହି ଶେଷ ଶୋ’ ହାଉସଫୁଲ ରହିଥିଲା ।

ଥିଏଟର ତରଫରୁ ଶେଷ ଶୋ’କୁ ନେଇ ୨୯ ଫେବୃୟାରୀରେ ଏକ ଟୁଇଟ କରାଯାିଥିଲା । ଏଥିରେ ଲେଖାଯାଇଥିଲା ,ଫ୍ୟୁଜ ଲାଇନ୍ ସିନେମାର ଶେଷ ଶୋ’ ପ୍ରଦର୍ଶନ ହେବ ।

୨୦୧୩ରେ ଏହି ଫିଲ୍ମ ଡବିଂ ହୋଇ ରିଲିଜ ହୋଇଥିଲା । ଏହାଛଡା ତାଇୱାନ,ହଂକଂ,ଦକ୍ଷିଣ କୋରିଆ ଏବଂ ଚୀନରେ ମଧ୍ୟ ଏହି ଫିଲ୍ମକୁ ରିଲିଜ କରାଯାଇଥିଲା । ତେବେ ୨୦୧୯ରେ ବଲିଉଡରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବ୍ଲକବଷ୍ଟର ରହିଥିଲା ।

Related posts

ପାହାଡରୁ ପଥର ଖସି ୨ ମୃତ, ଘରରେ ଖେଳୁଛି ଢେଉ

mahabharatanews

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews

ତାଲିବାନ ଆକ୍ରମଣରେ ୨୦ ଆଫଗାନ ସୈନିକଙ୍କ ମୃତ୍ୟୁ

mahabharatanews